Home Breaking News ସାପ୍ତାହିକ ବନ ମହୋତ୍ସବ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ

ସାପ୍ତାହିକ ବନ ମହୋତ୍ସବ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ସରାବାଲି ଗ୍ରାମ ଉପକଣ୍ଠ ଜଙ୍ଗଲ ଜମି ପରିସରରେ ଗତକାଲି ବନ ମହୋତ୍ସବ ସପ୍ତାହ ପାଳନର ପ୍ରଥମ ଦିବସରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମୁନିଗୁଡା ବନାଞ୍ଚଳ ତରଫରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଗ୍ରାମର ବରିଷ୍ଠ ନାଗରିକ ନାରଣ ସିକକା ଏହାର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡରୁକା,ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା,ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱବାଧାରକ ଗୌରାଙ୍ଗ ଚରଣ ରାଉତ ସହଭାଗୀ ଅନୁଷ୍ଠାନ ଆଇଏଇଇଟିର ସମସ୍ତ କର୍ମଚାରୀ,ବିଭାଗୀୟ କର୍ମଚାରୀ ପୁଷ୍ପାଞ୍ଜଳି ନାୟକ,ଅହଲ୍ୟା ପାତ୍ର,ଉପେନ୍ଦ୍ର ମାଳି ଓ ହରାଦୀପ ଦାସଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ସେହିପରି ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ କିଛି ବିଦ୍ୟାଳୟର ଶିକ୍ଷକ,ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ହାଟ ମୁନିଗୁଡା ହୁକୁମତଲା ରାସ୍ତାର ଉଭୟ ପାର୍ଶ୍ଵରେ ନିମ୍ବ,ତେନ୍ତୁଳି,ଆମ୍ବ,ପଣଷ,ବେଳ,କାଜୁ ଓ ଜାମୁକୋଳି ମଞ୍ଜି ଏବଂ ଚାରା ରୋପଣ କରାଯାଇଥିଲା।ଗତ ଦୁଇବର୍ଷ ହେବ ଏହି ବୃକ୍ଷ ରୋପଣ ଭଳି ସାମାଜିକ କାର୍ଯ୍ୟରେ ଏହି ଅଂଚଳର କିଛି ସାମ୍ବାଦିକ ଓ ଶିକ୍ଷକମାନେ କାର୍ଯ୍ୟକରି ଆସୁଛନ୍ତି।ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିବେଶପ୍ରେମୀ ଆଦର୍ଶ ଶିକ୍ଷକ ଗଣେଶ ପ୍ରସାଦ ସେଠୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବେଳେ ବୃକ୍ଷ ରୋପଣ ଶୁଭାରମ୍ଭ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ ଓ ବରିଷ୍ଠ ସାମାଜସେବୀ ଶୁକାନ୍ତ କୁମାର ସେଠୀ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କାଳନ୍ଦୀ ନାୟକ,ବିପ୍ଳବ ମହାପାତ୍ର,ମିନ ସାହୁ,ଛାତ୍ର ହର୍ଷବର୍ଧନ ସେଠି,ଓମକାର ସେଠୀ, ସାମ୍ବାଦିକ ପ୍ରସାଦ ସାହୁକାର,ଧନୁ କୁଶୁଲିଆ,ଲାଡ଼ି ଶଙ୍କର ରାଓଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଉଜୁଡା ଜଙ୍ଗଲର ପୁନରୁଦ୍ଧାର ସହ ଜଙ୍ଗଲ ସୁରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବାକୁ ଓ ସମସ୍ତେ ନିଜନିଜ ବାଡ଼ି ବଗିଚା ଓ ସରକାରୀ ପଡିଆ ଜମିରେ ବୃକ୍ଷରୋପଣ କରିବାକୁ ଅତିଥି ଓ ଆୟୋଜକ ଆହ୍ୱାନ ଦେଇଥିଲେ।

related posts

1 comment

Deepak Kumar majhi July 3, 2021 - 4:01 pm

👍

Reply

Leave a Comment