Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁରରେ ୩୫ କୋଭିଡ ପଜିଟିଭ ଚିହ୍ନଟ: ମହୁଲିଆ ପୁନଃ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ବଡ଼ମ୍ବା ନରସିଂହପୁରରେ ୩୫ କୋଭିଡ ପଜିଟିଭ ଚିହ୍ନଟ: ମହୁଲିଆ ପୁନଃ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡ଼ମ୍ବା ରେ ୧୪ ଜଣ, ନରସିଂହପୁର ରେ ୨୧ଜଣ ସର୍ବମୋଟ ୩୫ ଜଣ ଆଜି କୋଭିଡ ପଜିଟିଭ ହେବା ହସ୍ତଗତ ଟେଷ୍ଟିଂ ରିପୋର୍ଟରୁ ଜଣାଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ଵାରା ବଡ଼ମ୍ବା ବ୍ଲକର ମହୁଲିଆକୁ ପୁନଃ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।

ବଡ଼ମ୍ବାର ବୃନ୍ଦାବନପୁର ରୁ ୩ଜଣ , ସାନବାରସିଂହରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତୁଣପୁର, ଚମ୍ପେଇଦ୍ୱାର, ବଡମ୍ବାଗଡ଼, କୋଟପଲ୍ଲା, ରଗଡିପଡା, କଞ୍ଜିଆପାଳ, କାଦୁଆପଡା, ଅଭିମାନପୁର ପ୍ରଭୃତି ଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଜୁଲାଇ ୨ର ରିପୋର୍ଟ ଅନୁଯାୟୀ ମହୁଲିଆର ୧୦ଜଣ କୋଭିଡ ପଜିଟିଭ ଚିହ୍ନଟ ହେବାରୁ ପ୍ରଶାସନ ପକ୍ଷରୁ ମେଡିକାଲ ଟ୍ରେସିଂ ଟେଷ୍ଟିଂ ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟକୁ ବ୍ୟାପକ କରିବା ପାଇଁ କଣ୍ଟେନମେଣ୍ଟ ଅଂଚଳ ଭାବେ ଆଜି ଠାରୁ ନଅ ତାରିଖ ରାତି ୧୦ଟା ଯାଏଁ ଘୋଷଣା କରାଯାଇଛି।

ନରସିଂହପୁର Antigen Testingରୁ ନରସିଂହପୁର, କାନପୁର ଓ ଯୋଡୁମ କମ୍ୟୁନିଟି ହେଲଥ ସେଣ୍ଟର ଗୁଡିକରୁ ଯଥାକ୍ରମେ ୮ଜଣ, ୩ଜଣ ଓ ୬ଜଣ ଚିହ୍ନଟ ହୋଇଛନ୍ତି। କାନପୁର ଟେଷ୍ଟିଂ କ୍ୟାମ୍ପରୁ ୪ଜଣ ସର୍ବମୋଟ ୨୧ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi July 3, 2021 - 4:24 pm

👍

Reply

Leave a Comment