Home Breaking News / ତାଜା ଖବର ବଜ୍ର ପାତରେ ୨୭ ଗୋଟି ମେଣ୍ଡା ମୃତ୍ୟୁ

ବଜ୍ର ପାତରେ ୨୭ ଗୋଟି ମେଣ୍ଡା ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ରଣବା ଗ୍ରାମ ପଞ୍ଚାୟତର ଘାଟି ଖାରିଗୁଡା ଗ୍ରାମରେ ଆଜି ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୨୭ ଗୋଟି ମେଣ୍ଢା ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଘାଟି ଖାରିଗୁଡା ଗ୍ରାମର ବଳରାମ ଗୈଡଙ୍କ ୧୭ ପଟ ଏବଂ କୃଷ୍ଣ ଗୈଡଙ୍କ ୧୦ ପଟ ମେଣ୍ଢା ଗ୍ରାମ ପାଖ ଜଙ୍ଗଲରେ ଚରିବାକୁ ଜାଣିଥିଲା। ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡି ମାରି ୨୭ ଗୋଟି ମେଣ୍ଢା ମୃତୁ୍ ବରଣ କରିଥିବା ଜଣାପଡିଛି। ଏହି ଖବର ପାଇ ରଣବା ସରପଞ୍ଚ ଭିକାରୀ ମଲ୍ଲିକ ରାଇକିଆ ଆର୍ ଆଇଙ୍କୁ ଅବଗତ କରିଥିଲେ। ଆସନ୍ତାକାଲି ଘଟଣା ସ୍ଥଳକୁ ଗସ୍ତ କରିବେ ବୋଲି ଜଣାପଡିଛି। ଏହାକୁ ନେଇ କ୍ଷିତି ପୁରଣ ଦେବାପାଇଁ ଗ୍ରାମବାସୀଙ୍କ ନିବେଦନ କରାଯାଇଛି।

related posts

1 comment

Deepak Kumar majhi July 3, 2021 - 8:58 am

👍

Reply

Leave a Comment