Home Breaking News / ତାଜା ଖବର ପୁଲୱମାରେ ଏନକାଉଁଟର, ଜଣେ ଯବାନ ସହିଦ, ଜଣେ ଆତଙ୍କି ନିପାତ

ପୁଲୱମାରେ ଏନକାଉଁଟର, ଜଣେ ଯବାନ ସହିଦ, ଜଣେ ଆତଙ୍କି ନିପାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁ-କାଶ୍ମୀରର ପୁଲୱାମାରେ ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି
। ସେହିଭଳି ଜଣେ ଆତଙ୍କାବାଦୀ ନିହତ ହୋଇଛି । ବିଳମ୍ବିତ ରାତିରେ ସୁରକ୍ଷାବାହିନୀଙ୍କୁ କିଛି ଆତଙ୍କବାଦୀ ଛପିଥିବା ନେଇ ସୂଚନା ମିଳିଥିଲା । ସେନା ସର୍ଚ୍ଚ ଅପରେସନ୍ କରି ଆତଙ୍କବାଦୀ ଥିବା ସ୍ଥାନରେ ପହଞ୍ଚିଥିଲା । ପ୍ରଥମେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଏହାପରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ମଧ ଗୁଳି ବିନିମୟ ଜାରି ରହିଛି । ଏହାପରେ ବୁଧବାର କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଲସ୍କର ଏ ତୋଇବାର ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

related posts

1 comment

Deepak Kumar majhi July 3, 2021 - 8:49 am

👍

Reply

Leave a Comment