Home Breaking News / ତାଜା ଖବର ଧାନ ମଣ୍ଡିରେ ଚାଷୀଙ୍କୁ ଶୋଷଣ ବନ୍ଦ କରାଯାଉ:ଭାଜପା

ଧାନ ମଣ୍ଡିରେ ଚାଷୀଙ୍କୁ ଶୋଷଣ ବନ୍ଦ କରାଯାଉ:ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ । ଶତକଡା ଅସି ଭାଗ ଲୋକ ଙ୍କ ପ୍ରଧାନ ଜୀବକା କୃଷି ଅଟେ। କିନ୍ତୁ ତାଙ୍କ ଉପରେ ମଣ୍ଡି ର ସରକାରୀ ଅଧିକାରୀ ଓ ମିଲରସ ଙ୍କ ଶୋଷଣର ଶିକାର ହେଉଥୁବା ଭାଜପା ଅଭିଯୋଗ କରିଛି। ଖରିଫ ଋତୁରେ ମଣ୍ଡି ମାନଙ୍କରେ ବହୁ ସମସ୍ୟା ଲାଗି ରହିଥିଲା ସେଥିରେ ଚାଷୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇ ସାରିଛନ୍ତି ଏବେ ପୁଣି ରବି ଚାଷରେ କଟାଣି ଛାଟଣୀ ଚାଲିଛି ଆଠ ରୁ ଦଶ କିଲୋ କାଟି ଚାଷୀଙ୍କୁ ପଇସା ଦେଉଥୁବା ଯୋଗୁଁ ଏହା ବନ୍ଦକରିବାକୁ ଭାଜପା ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଜରିଆରେ ମହା ମହିମ ରାଜ୍ୟପାଳଙ୍କ ପାଖକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସେଥିରେ ଲେଖା ଅଛି କି ମିଲରସଙ୍କ ମାନମନୀ ନ କରି, ସରକାରୀ ନିର୍ଦ୍ଧିତ ମୂଲ୍ୟ ପ୍ରଦାନ, ଶୀଘ୍ର ମଣ୍ଡିରୁ ଧାନ ଉଠାନ, ଓଜନ, ପରିବହନ ଚାଷୀଙ୍କ ଉପରେ ନ ପକାଇ କେନ୍ଦ୍ର ସରକାର ଙ୍କ ପ୍ରଦାନ କରାଯାଇଥିବା ଟଙ୍କାକୁ ବ୍ୟବହାର କରି ଚାଷୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ ହେଇଚି। ସେହଭଳି ଜାଣିଶୁଣି ଧାନର ଅଭାବୀ ବିକ୍ରି ସୃଷ୍ଟି କାମ ଦାମରେ ବିକ୍ରୀ କରିବାକୁ ବାଧ୍ୟ କରାଯାଉଛି ବୋଲି ଭାଜପା କହିଛି। ଏନେଇ ଗତ ୨୫/୦୬ ରେ ଲିଖିତ ଅଭିଯୋଗ କରି ଆସିଛି କିନ୍ତୁ ସୁଫଳ ମିଳି ପାରିନି ଚାଷୀଙ୍କୁ ଏହାର ସଠିକ କାର୍ଯ୍ୟାନୁଷ୍ଠାନ କରାନଗଲେଆଗାମୀ ଦିନରେ ବଡ଼ ଧରଣର ଚାଷୀ ଆନ୍ଦୋଳନ କରିପାରେ ପାର୍ଟି ବୋଲି ଚେତାବନୀ ଦେଇଛନ୍ତି । ଲିଖତ ଭାବରେ ପ୍ରଦାନ କରାଯାଇଥିବା୫ଦଫା ଦାବି କୁ ବିଚାରକୁ ନିଆଯାଇ ମିଲରସ ମାନଙ୍କ ରାଜୁତି ମଣ୍ଡି ଉପରୁ ହଟୁ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି। କରନା କଟକଣାକୁ ଦୃଷ୍ଟିରେ ରଖି କଟକଣା ମାନି ନଗର ସଭାପତି ଶ୍ୟାମ ଦାସ,ଜିଲ୍ଲା ଉପସଭାପତି କିଶୋର ପଣ୍ଡା, ମଞ୍ଜୁଳା ମିନିୟକା, ହରିଜନ ମୋର୍ଚା ପାଣିବାବୁ, ବିଦ୍ୟା ଭୂଷଣ ପଣ୍ଡା ଓ ଅନ୍ୟ କାର୍ଯ୍ୟ କର୍ତାଙ୍କୁ ସହ ଦାବିପତ୍ର ପ୍ରଦାନ କରିଥିଲେ

related posts

1 comment

Deepak Kumar majhi July 3, 2021 - 8:50 am

👍

Reply

Leave a Comment