Home Breaking News / ତାଜା ଖବର କରୋନା ପାଇଁ ସହଯୋଗ କଲେନି: ଏକୁଟିଆ ନିଜ ସ୍ତ୍ରୀର ମୃତଦେହକୁ ବୋହିଲେ ସ୍ୱାମୀ

କରୋନା ପାଇଁ ସହଯୋଗ କଲେନି: ଏକୁଟିଆ ନିଜ ସ୍ତ୍ରୀର ମୃତଦେହକୁ ବୋହିଲେ ସ୍ୱାମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇପଡିବା ଫଳରେ ସ୍ୱାମୀ ଚିକିତ୍ସା ପାଇଁ ଫୁଲ ବାଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ ହେଲା । ମେଡି ସିନରମହିଳା ୱ ୲ର୍ଡ6ର ଚିକିତ୍ସିତ ହେଉଥିଲେ। ତେବେ ମୃତଦେହକୁ କାନ୍ଧ ଦେବୀକୁ କେହି ଆସିଲେନି । ନା ମେଡିକାଲ କର୍ମଚାରିନା ସଂର୍ପକୀୟମାନେ ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ l ଗତ ଦୁଇ ଦିନ ତଳେ ଫରିଙ୍ଗିଆ ଅଞ୍ଚଳର ମୋଦିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ସ୍ତ୍ରୀ ରୁତୁମତୀ ଆଜମl ଥିବା ଯୋଗୁଁ ୨୯ରେଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ l କିନ୍ତୁ ଗତ କାଲି ଚିକିତ୍ସା ଅବସ୍ତାରେ ମୃତ ବରଣ କରିଥିଲେ l କିନ୍ତୁ ଚାରିଘଣ୍ଟା ଧରି ଶବ ପଡିବl ପରେ ମହା ପରାୟଣ ଗାଡ଼ି ମିଳିବା ପରେ ଶବକୁ ତାଙ୍କ ସ୍ଵାମୀ ନିଜ ହାତରେ ବୋହି ମହା ପରାୟଣ ଗାଡିକୁ ଆଣିଥିଲେ l ଏହି ଭଳି ଘଟଣା ସାରା କନ୍ଧମାଳରେ ଚର୍ଚ୍ଚା ର ବିଷୟ ପାଲଟିଛି।
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରିବାରେ ସେ ଦୁଃଖ ପ୍ରକାଶ କରିବା ସହ କଣ ହେଉଛି ଏନେଇ ତଦନ୍ତ କରିବେ ବୋଲି କହିଛନ୍ତି ।

related posts

1 comment

Deepak Kumar majhi July 3, 2021 - 8:38 am

👍

Reply

Leave a Comment