Home Breaking News / ତାଜା ଖବର ୨୦ ବର୍ଷ ପରେ ଆଫଗାନିସ୍ତାନର ବିମାନଘାଟି ଛାଡିଲା ଆମେରିକା

୨୦ ବର୍ଷ ପରେ ଆଫଗାନିସ୍ତାନର ବିମାନଘାଟି ଛାଡିଲା ଆମେରିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୨୦ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ଆଫଗାନିସ୍ତାନର ବାଗ୍ରାମ୍ ବିମାନଘାଟି ଛାଡ଼ିଛି। ବିମାନଘାଟିରେ କେତେଗୁଡ଼ିଏ ସାମରିକ ‘ଏନ୍‌କାଉଣ୍ଟର୍‌’ ସଙ୍ଗଠିତ ହୋଇଥିଲା। ବିଶେଷକରି, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଏହା ଥିଲା ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆତଙ୍କବାଦ ବିରୋଧୀ ସଂଗ୍ରାମ’ର କେନ୍ଦ୍ରସ୍ଥଳ। ସୈନ୍ୟ ପ୍ରତ୍ୟାହାର ସଂକ୍ରାନ୍ତରେ ଅବଗତ ଥିବା ଦୁଇଜଣ ଆମେରିକୀୟ ସାମରିକ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଉପରୋକ୍ତ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ କରିଛି ଯେ, ସମଗ୍ର ବାଗ୍ରାମ୍ ବିମାନଘାଟିକୁ ‘ଆଫଗାନ ନ୍ୟାସ୍‌ନାଲ୍ ସିକ୍ୟୁରିଟି ଆଣ୍ଡ୍ ଡିଫେନ୍‌ସ୍ ଫୋର୍ସ’କୁ ହସ୍ତାନ୍ତର କରାଯାଇଛି।
ବାଗ୍ରାମ୍ ବିମାନଘାଟି ଥିଲା ତାଲିବାନ ଏବଂ ଅଲ୍‌-କାଏଦା ଆତଙ୍କବାଦୀ ସଙ୍ଗଠନ ବିରୋଧୀ ସଂଗ୍ରାମରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନାର ଭିତ୍ତିଭୂମି। ସେଠାରେ ଯୁକ୍ତରାଷ୍ଟ୍ର ଆମେରିକା ସେନାର ‘ଏୟାର୍ ଏକ୍ସେଡିଏସନାରି ୱିଙ୍ଗ୍‌’ର ୪୫୫ଜଣ କର୍ମଚାରୀ ପ୍ରାୟ ୨୦ ବର୍ଷ ଧରି ରହିଥିଲେ। ଏହାଛଡ଼ା, ଏହି ବିମାନଘାଟିକୁ ଯୁକ୍ତରାଷ୍ଟ୍ର ଆମେରିକାର ପଦାତିକ ବାହିନୀ, ନୌସେନା ଏବଂ ସାମୁଦ୍ରିକ ସେନାର ଭ୍ରାମ୍ୟମାଣ ୟୁନିଟ୍ ସବୁ ମଧ୍ୟ ସେମାନଙ୍କର ଭିତ୍ତି ଭାବେ ବ୍ୟବହାର କରୁଥିଲେ।

related posts

1 comment

Deepak Kumar majhi July 3, 2021 - 8:48 am

👍

Reply

Leave a Comment