Home Breaking News / ତାଜା ଖବର ଟୀକାକରଣ ବନ୍ଦ: ଜନ ଅସନ୍ତୋଷ

ଟୀକାକରଣ ବନ୍ଦ: ଜନ ଅସନ୍ତୋଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା-୧/୭-କରୋନା ମହାମାରୀ ସହିତ ଲଢ଼ିବା ପାଇଁ ଟୀକାକରଣ ଏକମାତ୍ର ଅମୋଘ ଅସ୍ତ୍ର ଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ ।
କିଛିଦିନର ଟୀକାକରଣ ପରେ ଗତ ୪/୫ ଦିନ ହେବ ଟୀକାକରଣ ବନ୍ଦ ରହିଥିବା ଯୋଗୁଁ ଜନ ଅସନ୍ତୋଷ ଲକ୍ଷ୍ୟ କରାଯାଇଛି ।ବେଲଗୁଣ୍ଠା ଅଞ୍ଚଳରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ହେଉଛି ।ପ୍ରଶାସନିକ ସ୍ତରରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ଯଥାବିଧି ଚେଷ୍ଟା କରାଯାଉଥିଲେ ମଧ୍ୟ ଟୀକାର ଅଭାବ ଯୋଗୁଁ ଟୀକାଦାନ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇପାରୁନାହିଁ ।ଗତ ୨୧ ତାରିଖ ଠାରୁ ୧୮-୪୪ ବର୍ଗୀୟ ବ୍ୟକ୍ତିଙ୍କ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮୪ ଦିନ ପୂର୍ବରୁ ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟ ଦ୍ୱିତୀୟ ଡୋଜ୍ ପାଇଁ ସମୟ ଆସିଗଲାଣି ।କିନ୍ତୁ ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ଥିବା ଯୋଗୁଁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଦ୍ୱିତୀୟ ଡୋଜ୍ ଟୀକାଦାନ ପାଇଁ ମୋବାଇଲକୁ ବାରମ୍ବାର ମେସେଜ୍ ମଧ୍ୟ ଆସୁଥିବାରୁ କିଛ ବ୍ୟକ୍ତି ଟୀକାଦାନ କେନ୍ଦ୍ରକୁ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି ।କିଛି ଦିନ ହେବା ରାଜ୍ୟର ପ୍ରାୟ୍ ୧୬ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ ତୁରନ୍ତ ଟୀକା ଯୋଗାଇ ଟୀକାକରଣ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

related posts

1 comment

Deepak Kumar majhi July 1, 2021 - 5:21 pm

👍

Reply

Leave a Comment