Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାପାଳଙ୍କ ରାଇକିଆ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କନ୍ଧମାଳ ଜିଲ୍ଲାପାଳଙ୍କ ରାଇକିଆ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର): ଗୁରୁବାର କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି ରାଇକିଆ ବ୍ଲକ୍ କୁ ଗସ୍ତରେ ଆସିଛନ୍ତି। ପ୍ରଥମେ ସ୍ଥାନୀୟ ବିଜୟ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ ଚାଲିଥିବା ସ୍ମାର୍ଟ ସ୍କୁଲ୍ ର ତଦାରଖ କରିଥିଲେ।ଏଠେରେ ସୁଚନା ଥାଉ କି ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ସମ୍ପୂର୍ଣ୍ଣ କରାଯିବାପାଇଁ ଜୋରଦାର କାର୍ଯ୍ୟ ପ୍ରସ୍ତୁତି ଜାରିରହିଛି। ଏହି ସ୍ମାର୍ଟ ସ୍କୁଲ୍ ପାଇଁ ପ୍ରାୟ ଲକ୍ଷାଧିକ ବ୍ୟୟ ଅଟକଳ ମୂଲ୍ୟରେ ଉନ୍ନତମାନର ଶ୍ରେଣୀ ଗୃହ,ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ବିଶୁଦ୍ଧ ପାନୀୟ ଜଳ,ଡାଇନିଂ ହଲ୍, ଟୟାଲେଟ୍ ,ସାଇକେଲ ଷ୍ଟାଣ୍ଡ, ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ,ଖେଳ ପଡିଆ ପ୍ରଶସ୍ତି କରଣ ସହ ଆବଶ୍ୟକ ଜରୁରୀ ଭିତ୍ତିଭୂମିର ବ୍ୟବସ୍ଥାର ନିର୍ମିଣ ଜାରି ରହିଥିବାକୁ ବୁଲି ତଦାରଖ କରିଥିଲେ। ଏବଂ ଏହାପରେ ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଗସ୍ତକରି ସେଠାରେ ନିର୍ମିତ ଲାଇବ୍ରେରୀ ଦେଖିଥିବା ବେଳେ ତହସିଲ କାର୍ଯ୍ୟାଳୟ ପଛପାଶ୍ବରେ ନୁତନ ଭାବେ ନିର୍ମିତ ଏକ ପାର୍କ ର ତଦାରଖ କରିଥିଲେ ଜିଲ୍ଲାପାଳ। ଏବଂ କାର୍ଯ୍ୟ ପାଇଁ ଖୁସି ପ୍ରକଶକରିଥିଲେ
ଜିଲାପାଳଙ୍କ ଏହି ଗସ୍ତରେ ରାଇକିଆ ବିଡ଼ିଓ ପ୍ରବିଣ କୁମାର ବାଣୁଆ, ତହସିଲଦାର ହରପ୍ରସାଦ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନିଲ କୁମାର ପଟ୍ଟନାୟକ, ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ,ଏପିଓ କେଦାର ପଣ୍ଡା,କମଲ ପ୍ରସାଦ ନାୟକଙ୍କ ସହ ବିଭିନ୍ନ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 1, 2021 - 5:22 pm

👍

Reply

Leave a Comment