Home Breaking News / ତାଜା ଖବର ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାରରେ ଦୂରତା ଓ ମାସ୍କ ପରିଧାନ ଉପରେ ସଚେତନ

ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାରରେ ଦୂରତା ଓ ମାସ୍କ ପରିଧାନ ଉପରେ ସଚେତନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): କରନା ପାଇଁ ତାଲା ବନ୍ଦ କୁ କେତେକ କଟକଣା କୋହଳ କରି ଆଉ ୧୬ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା ପ୍ରଶାସନ ଜନ ସାଧରଣଙ୍କୁ ସଜାଗ କରିବା ପାଇଁ ଏକ ସଚେତନତା କାର୍ଯ୍ୟ କ୍ରମ କରିଛନ୍ତି ସଂକ୍ରମଣ ହାର କମିଥିଲେହେଁ ବିପଦ ମୁକ୍ତ ହେଇନାହିଁ ଜିଲାର ଲୋକମାନେ। ଏଭଳି ପରିସ୍ଥିତି ରେ ଜନ ସାଧାରଣ ସଚେତନ ନ ହୋଇ ବେ ପାରୁଆ ଭାବେ ବୁଲାବୁଲି କଲେ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର ହୋଇପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେଣୁ ଜିଲାପାଳ ସରୋଜ କୁମାର ମିଶ୍ର ଙ୍କ ନେତୃତ୍ୱରେ ପୋଲିସ ର ମିଳିତ ସହଯୋଗରେ ସଦର ମହକୁମା ର ଦୋକାନ ବଜାର ଅଂଚକ ବୁଲି ସଚେତନ ହେଇ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ନିହାତି ପରିସ୍ଥିତିରେ ପିନ୍ଧିବାକୁ କହିଥିଲେ। ଆଗାମୀ ଦିନରେ କରନା ରେ ପୀଡିତ ରୁ ନିଜକୁ ଓ ଆଖ ପାଖ ଲୋକଙ୍କୁ ଏହି ମହାମରିରୁ ରକ୍ଷା କରିବା ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି। ଆଜି ର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଜଣ ବିଭିନ୍ନ ବ୍ଲକ ରୁ ମିଶି ହୋଇଥିବା ବେଳେ ତନ୍ମଧ୍ୟରୁ ସି ୧୪ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ସେହିଭଳି ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୯୫୪ ହେଇଥିବା ବେଳେ ସୁସ୍ଥ ହୋଇ ଫେରିଥିବା ୧୮୨୮୪ଜଣ ଅଟନ୍ତି। ବର୍ତମାନ ଚିକିତ୍ସିତ ହେଉଥିବା ରୋଗୀ ୫୨୯ ଓ ୧୪୧ ଜଣଙ୍କର ମୃତ୍ୟୁ ଘଟିଛି ତେଣୁ ସମସ୍ତେ ସଜାଗ ରହିଲେ କରନା ହାରିବ ମଣିଷ ଜିତିବ ନଚେତ ଆପଣା ହସ୍ତେ ଜିହ୍ଵା ଛେଦି କେ ଅଛି ତାର ପ୍ରତିବାଦୀ ଭଳି ହେବ ବୋଲି ମତ ପ୍ରକାଶ ପାଇଛି ।

related posts

1 comment

Deepak Kumar majhi July 1, 2021 - 5:20 pm

👍

Reply

Leave a Comment