Home Breaking News / ତାଜା ଖବର କୋଭିଡ଼ ସମସ୍ୟାର ସମାଧାନ ଓ ସୁବର୍ଣ୍ଣପୁର ସଂସ୍କୃତି ଏବଂ ପାଟ ଶିଳ୍ପର ବିକାଶ ଉପରେ ଗୁରୁତ୍ଵ : ଜିଲ୍ଲପାଳ

କୋଭିଡ଼ ସମସ୍ୟାର ସମାଧାନ ଓ ସୁବର୍ଣ୍ଣପୁର ସଂସ୍କୃତି ଏବଂ ପାଟ ଶିଳ୍ପର ବିକାଶ ଉପରେ ଗୁରୁତ୍ଵ : ଜିଲ୍ଲପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ଆଜି ସୁବର୍ଣ୍ଣପୁର ରେ ନୂତନ ଜ଼ିଲ୍ଲାପାଳ ଭାବେ ଅବୋଲି ସୁନୀଲ ନର୍ଭଣେ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହିତ ଜ଼ିଲ୍ଲାର ତଳସ୍ତରର ଲୋକଙ୍କ ବିକାଶ, ତଥା ସାମୁହିକ ବିକାଶ ଉପରେ ପ୍ରଥମେ ପ୍ରାଥମିକତା ଦେବାକୁ ସେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଏହି ଅବସରରେ ଜିଲ୍ଲାର ବିକାଶ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ l ଶ୍ରୀମତୀ ନର୍ଭଣେ ରାଉରକେଲାରେ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ ଦୁଇ ବର୍ଷ ଖୁବ ଦକ୍ଷତା ଓ ନିରପେକ୍ଷତା ସହ ସୁଚାରୁ ରୂପେ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରିୟ ପାତ୍ର ହୋଇ ଥିବା ବେଳେ ରାଉରକେଲା ରେ କୋଭିଡ ଭଳି ସଙ୍କଟ ବେଳେ ବ୍ୟବସାୟୀ ଙ୍କୁ ଉତ୍ସାହିତ ଓ କାମ ହରାଇ ଥିବା ସ୍ୱୟଂ ସହାୟକ ମହିଳା ଓ କର୍ମଜୀବି ଙ୍କୁ ସ୍ୱାବିଲମ୍ବି କରାଇବା ର ପ୍ରୟାସ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଭାବେ ପ୍ରଥମେ ଦାଇତ୍ୱ ନେଇ ଥିବାରୁ ଏବଂ ଜ଼ିଲ୍ଲା ରେ ପୁଣି ଏବେ ଦୁଇ ଦୁଇ ଜଣ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀ ଥିବା ଓ ଏହା ଏକ ଅପୂର୍ଵ ସଂଯୋଗ ଥିବାରୁ ଜ଼ିଲ୍ଲାର ଦ୍ରୁତ ବିକାଶ ହେବ ବୋଲି ବୁଦ୍ଧିଜୀବୀ ଓ ଜ଼ିଲ୍ଲାବାସୀ ଦୃଢ଼ ଆଶା ରଖିଛନ୍ତି l ବିଶେଷ କରି ଜ଼ିଲ୍ଲା ତଥା ରାଜ୍ୟ ରେ ଭୁଶୁଡି ପଡ଼ିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଓ କୃଷି ଭଳି ସମସ୍ୟା ଵା ବିଭାଗ କୁ ସଠିକ ମାର୍ଗଦର୍ଶକ ଦେଇ ସେ ସବୁ ର ତୁରନ୍ତ ସୁଧାର ଆଣି ପାରିଲେ ନୂତନ ଜ଼ିଲ୍ଲାପାଳ ଶ୍ରୀମତି ନର୍ଭଣେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବାସହ ଓ ଜନ ପ୍ରତିନିଧିମାନଙ୍କର ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ପରାମର୍ଶ କରିଛନ୍ତି l ଜ଼ିଲ୍ଲା ରେ ପୁଣି ଲଗାତାର ଭାବେ ଦୁଇ ଦୁଇ ଜଣ ମହିଳା ଫ୍ରେସ ଆଇ -ଏ -ଏସ ଙ୍କ ଯୋଗଦାନ ନିଶ୍ଚିତ ଭାବେ ଏକ ରେକର୍ଡ ଓ ଏହା ଜ଼ିଲ୍ଲା ର ଦ୍ରୁତ ଅଗ୍ରଗତି ପାଇଁ ଶୁଭ ସୂଚନା ଅଟେ

related posts

1 comment

Deepak Kumar majhi July 1, 2021 - 1:32 pm

👍

Reply

Leave a Comment