Home Breaking News / ତାଜା ଖବର ୭୨ତମ ବନମହୋତ୍ସବ ଅବସରରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ

୭୨ତମ ବନମହୋତ୍ସବ ଅବସରରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେ ଫୁଲ ବାଣୀବନବିଭାଗ ରେ ଜଂ ପକ୍ଷରୁ ଏକଚ।ରା ବିତରଣ କେନ୍ଦ୍ରର ଶୁଭ ଉଦଘାଟନ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନୀରାୟଣ ବେହେରା (ଆଇଏଫଏସ) ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେହିପରି ଡିଏଫଓ ବେହେରା ଲୋକଙ୍କୁ ବିଭିନ୍ନ କିସମରବୃକ୍ଷ ଚାରା ପ୍ରଦାନ କରିଥିଲେ । ଲୋକେ ମଧ୍ୟ ଆଗ୍ରହ ସହ କ।ରେ ବୃକ୍ଷଚାରା ନେଉଥିବା ଦେଖାଯାଇଥିଲା। ସମସ୍ତଙ୍କ ଆନ୍ତରୀକ୍ସହଯୋଗ ରେ ପୂର୍ବାପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କଥା କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ରେ ଜଂର ସଚ୍ଚିଦାନନ୍ଦ ସେଠୀ, ଓ ଅନ୍ୟବନ କର୍ମଚ।ରୀମାନେ ଉପସ୍ଥିତ ଥିଲେ।
ଏହା ପରେ ଗୁମା ଗଡ ନିକଟସ୍ଥ ଟେଙ୍ଗେରୀ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗ ଦ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ।
ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ବହୁ ବନ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ। ଫୁଲବାଣୀରେ ଜଂର ସଚ୍ଚିଦାନନ୍ଦ ସେଠୀ ପ୍ରାରମ୍ଭିକ ସୂଚନାପ୍ରଦାନ କରିଥିଲେ। ଏହି ବନମ6ହ।ତ୍ସବ ଜୁଲାଇ୭ ଯାଏ ଚାଲିବ ।
ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।

related posts

1 comment

Deepak Kumar majhi July 1, 2021 - 1:29 pm

👍

Reply

Leave a Comment