Home Breaking News / ତାଜା ଖବର କନ୍ଧମାଳରେ ୫ ଶହରୁ ଉର୍ଦ୍ଧ ଗ୍ରାମକୁ ରାସ୍ତା ନାହିଁ ଆମ୍ବୁଲାନ୍ସ ଆସିପାରିଲାନି, ୪ କିମି ବୁହା ହେଲେ ଗର୍ଭବତୀ

କନ୍ଧମାଳରେ ୫ ଶହରୁ ଉର୍ଦ୍ଧ ଗ୍ରାମକୁ ରାସ୍ତା ନାହିଁ ଆମ୍ବୁଲାନ୍ସ ଆସିପାରିଲାନି, ୪ କିମି ବୁହା ହେଲେ ଗର୍ଭବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା। ଗମନାଗମନର ସୁବିଧା ନ ଥିବାଯୋଗୁ ଗାଡି ମଟର ପହଞ୍ଚିପାରୁନି ଗ୍ରାମରେ ଫଳରେ ରୋଗୀକୁ କିଲୋମିଟର କିଲୋମିଟର ବ୍ୟାପୀ ନଦୀ ନାଳପାରି ହୋଇ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି।
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛିକନ୍ଧମାଳରେ। ଜିଲ୍ଲାର ଚକାପାଦ ବ୍କକର ଚାହାଳୀ ପଞ୍ଚାୟତର କୁମ୍ଭାରୀ ଗୋଛା ଗ୍ରାମର ଅର୍ଜନ ମଲିକଙ୍କ ସ୍ତ୍ରୀ ସରୋଜିନିଙ୍କ ଗର୍ଭ ଯନ୍ତ୍ରଣା ହେବା ଫଳରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖ ହୋଇଥିବାରୁ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ଗ୍ରାମକୁ ଯାଇନପାରି ନିକଟବର୍ତ୍ତୀରଗପାଦ ଗ୍ରାମରେ ଅଟକି ଗଲା ଫଳରେ ଲୋକେ ୪କିଲୋମିଟର ବାଟ ଖିଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁଆଣି ଥିଲେ ।ସେଠାରୁ ଡାକ୍ତରଖାନା ନେଇ ଥିଲେ।ସେଠାରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ମାଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି । କେବଳ ଚକାପାଦ ବ୍ଲକ୍ ଗହାଳୀ ପଞ୍ଚାୟତରେ ଥିବା ଏହି ଗୋଟିଏ ଗ୍ରାମ ନୁହେଁ,ସ୍ଵାଧୀନତାର ୭୪ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଏଭଳି ୫ ଶହରୁ ଉର୍ଦ୍ଧ ଦୁର୍ଗମ ଅପହଞ୍ଚ .ଗ୍ରାମ ରହିଛି। ଯେଉଁଠିକି ଆଜି ଯାଏ ରାସ୍ତା ନାହିଁ। ଫଳରେ ଲୋକେ ବର୍ଷବର୍ଷ ଧରି ଏଭଳିଅସୁବିଧା ଭୋଗୁଛୁନ୍ତି।

related posts

1 comment

Deepak Kumar majhi July 1, 2021 - 1:27 pm

👍

Reply

Leave a Comment