Home Breaking News / ତାଜା ଖବର ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ଆମ୍ବ ଟାକୁଆ

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ଆମ୍ବ ଟାକୁଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରୋନା ମହାମାରୀ ସମୟରେ ଏବେ ଲକ ଡାଉନ ଚାଲିଥିବା ବେଳେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିବାବେଳେ ଏବେ ସେମାନଙ୍କୁ ରୋଜଗାରର ବାଟ ଦେଖାଇଛି ଆମ୍ବଟାକୁଆ । ଆମ୍ବ ଖାଇବା ପରେ ସାଧାରଣତଃ ଟାକୁଆ କୁ ଫୋପାଡି ଦେଇଥାନ୍ତି।କିନ୍ତ ଆଦିବାସୀମାନେ ଟାକୁଆକୁ ଯତନର ସହ ସାଇତି ରଖିଥାନ୍ତି ।
ସେଗୁଡିକ ଭଲକରି ଶୁଖିଲା ପରେ ତାକୁ ଫଠାଇ କୋଇଲି ବାହାର କରିଥାନ୍ତି ।ଆଉ ସେ ସବୁକୁ ବିକ୍ରୀ କରିଥାନ୍ତି। ବାହାରୁ ବେପାରିମାନେ ଗାଂକୁ ଆସି ସଂଗ୍ରହ କରି ନେଇଥାନ୍ତି । କେହି କେହି ନିକଟସ୍ଥ ଦୋକାନରେ ମଧ୍ୟ ବିକ୍ରୀ କରିଥାନ୍ତି । ଏଥିରୁ ତେଲ , ଗୋଖାଦ୍ୟ, ପିଡିଆ ଆଦି ପ୍ରସ୍ତୁତ ହୋଇ ଥାଏ ।
ଫଳରେ ଦାରିଙ୍ଗବାଡି, ବ୍ଳକର ଦଣ୍ଡି ମାହା ଗ୍ରାମ ର ଲକ୍ଷଣବିନ୍ଧାଣୀ ନାମକ ଜଣେ ବ୍ୟକ୍ତି ଆମ୍ବ ଟାକୁଆରୁ କୋଇଲି ବାହାର କରି ନିଜେ ବେଶ ଦି ପଇସା କମାଇବା ସହ ଗ୍ରାମର୧୫ରୁ ୨୦ଜଣଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ଏ ବର୍ଷ ପ୍ରଚୁର ଆମ୍ବ ଆସିଥିବାରୁ ଲକ୍ଷ୍ମଣ ଆମ୍ବଟାକୁଆରୁ କୋଇଲି ବାହାର କରି ବିକ୍ରି କରିବା ଲାଗି ମନ ବଳାଇଥିବା କହିଛନ୍ତି । ଦାରିଙ୍ଗବାଡି ଗୋଟିଏ ଅଞ୍ଚଳ ନୁହେଁ ଜିଲ୍ଲା ତମାମ ଏବେ ଆଦିବାସି ମାନେ କୋଇଲି ପ୍ରସ୍ତୁତ 6ର ଲାଗି ଯାଇଥିବା ଦେଖିବାକୁ ମିଳୁଛି ।
ତେବେ କୋଇଲି ଉପଯୁକ୍ତ ମୂଲ୍ୟ ମିଳୁନଥିବା କହିଛନ୍ତି ଲକ୍ଷଣ । ସରକାର ଦର ବୃଦ୍ଧି କଲେ ଆଦିବାସୀମାନେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି ।

related posts

1 comment

Deepak Kumar majhi July 1, 2021 - 1:28 pm

👍

Reply

Leave a Comment