Share with
ରାଜ୍ୟର ବରିଷ୍ଠ ରେଡିଓ ସଂବାଦ ପାଠକ ଉପେନ୍ଦ୍ର ପାହାଡ ସିଂଙ୍କ ପରଲୋକରେ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶବାଣୀର ପୂର୍ବତନ ସଂବାଦ ପାଠକ ଉପେନ୍ଦ୍ର ପାହାଡ ସିଂଙ୍କ ପରଲୋକରେ ସେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି । ବେତାର ସଂବାଦ ପଠନ କ୍ଷେତ୍ରରେ ନୂତନତା ଆଣିଥିବା ପାହାଡସିଂଙ୍କ ଦେହାନ୍ତ ରେଡିଓ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହ ଶୋକ ସନ୍ତପ୍ତ ପରିବାର ପାଇଁ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
1 comment
👍