Home Breaking News ବଡମ୍ବା-ନରସିଂହପୁରରେ ୩୨ ଜଣ କୋଭିଡ ପଜିଟିଭ: ନରସିଂହପୁର ଅଞ୍ଚଳରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ବଡମ୍ବା-ନରସିଂହପୁରରେ ୩୨ ଜଣ କୋଭିଡ ପଜିଟିଭ: ନରସିଂହପୁର ଅଞ୍ଚଳରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

by Times One Odia
Share with
     
 
 
   

ବଡମ୍ବା(ବିନୋଦ ନନ୍ଦ): ଆଜି ବଡମ୍ବା ଅଞ୍ଚଳରେ ୨୨ଜଣ ଓ ନରସିଂହପୁରରେ ୧୦ଜଣ ସମୁଦାୟ ୩୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁର ତହସିଲ ଅଞ୍ଚଳରେ ରେଗେଡା, କମଳାଡିହ, କଇଁତରା, କାକୁଡିଆ, ପାଇକପଡାପାଟଣା, ବସନ୍ତପୁର ପ୍ରଭୃତିରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଆଠଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରା ଘୋଷିତ ହୋଇଛି। ରେଗେଡାରେ ଆଜି ଠାରୁ ୬ ତାରିଖ ଯାଏଁ ସପ୍ତାହେ ଘୋଷିତ ହୋଇଥିବା ବେଳେ ବାକି ଅଞ୍ଚଳରେ ଆଜି ସଂଧ୍ୟାରୁ ନଅ ତାରିଖ ସଂଧ୍ୟା ଯାଏଁ ଘୋଷଣା କରାଯାଇଛି। ଏଥିପାଇଁ Focused ଟ୍ରେସିଂ ସର୍ଭେଲାନ୍ସ କାର୍ଯ୍ୟକ୍ରମ ହେବ।

ବଡମ୍ବାରେ ବଡମ୍ବାଗଡ଼, ଶଙ୍ଖାମେରୀ, ତୁଳସୀପୁର, ଗୋପୀନାଥପୁରରୁ ୩ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ବଡମ୍ବା ଡାକ୍ତରଖାନା ଓ ମାଣିଆବନ୍ଧ ଡାକ୍ତରଖାନାରୁ ୨ଜଣ ଲେଖାଏଁ, ଡମଣଗାଡ଼ିଆ ଓ ଶ୍ୟାମସୁନ୍ଦରପୁରରୁ ୨ଜଣ ଲେଖାଏଁ, କେଶାବେରେଣୀ, ଖୁଣ୍ଟକଟାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ ଡାକ୍ତରଖାନାରୁ ୫ଜଣ, ଯୋଡୁମ ଡାକ୍ତରଖାନାରୁ ୨ଜଣ, କାନପୁର, ଋଷିପଡ଼ା, ଅଢ଼େଇଗୁଣ୍ଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳରେ ବିଡିଓ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ଓ ବ୍ୟାରିକେଟିଂର ଦାୟିତ୍ୱ ନ୍ୟସ୍ତ ଥିଲା ବେଳେ ଅତିରିକ୍ତ ତହସିଲଦାର ଆଇନ ଶୃଙ୍ଖଳା ଦାୟିତ୍ୱରେ , ମେଡିକାଲ ଅଫିସର ମେଡିକାଲ ଟେଷ୍ଟିଂ ଦାୟିତ୍ୱରେ ରହିଛନ୍ତି ବୋଲି ବିଜ୍ଞପ୍ତିରୁ ସୂଚନା ମିଳିଛି।

କାଲି କୋଭିଡ ସଂକ୍ରମଣର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମୁଁ ଏକ ସମୀକ୍ଷା ବୈଠକରେ ଯୋଗ ଦେବି । ଆଜି ସମ୍ପୃକ୍ତ ଅଧିକାରୀ ମାନେ ସମନ୍ୱିତ ଭାବରେ କାର୍ଯ୍ୟ କରିବା ପାଇଁ ମୁଁ କୋଭିଡ ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ବିଡ଼ିଓଙ୍କୁ କହିଛି ।

related posts

Leave a Comment