Home Breaking News / ତାଜା ଖବର ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ,ରାଜସ୍ୱ ଅମଲା ମାନଙ୍କୁ କୋରନା ଯୋଦ୍ଧା ଘୋଷଣା କରିବା ପାଇଁ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ନୂଆପଡା ଜିଲ୍ଲାପାଳ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗସ୍ତି ପ୍ରଧାନ, ଓ.ପ୍ର.ସେ (SAG) ଙ୍କ ଜରିଆରେ ଏକ ଦାବି ପତ୍ର ଆଜି ବୁଧବାର ଓଡିଶା ରାଜସ୍ୱ ଅମଲା ସଙ୍ଘ,ଜିଲ୍ଲା ଶାଖା, ନୂଆପଡା ତରଫରୁ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି, କାରୋନା ଯୁଦ୍ଧ କାଳରେ ଲକ ଡାଉନ, ସଟ ଡାଉନ ଚାଲିଥିବା ସମୟରେ ସମସ୍ତେ ନିଜ ଘରେ ଥିବା ବେଳେ ରାଜସ୍ୱ ଅମଲା ମାନେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ନିଜର ସେବା ନିରନ୍ତର ଭାବରେ ଯୋଗାଇ ଆସୁଛନ୍ତି। ରାଜ୍ୟରେ ସମସ୍ତ ଅଫିସ ପାଇଁ କର୍ମଚାରୀଙ୍କ ଉପସ୍ଥାନ ନେଇ ମାର୍ଗଦର୍ଶିକା ଥିବାବେଳେ ଏହି ନିୟମ ରାଜସ୍ୱ ଅମଳ।ମାନଙ୍କ ପାଇଁ ପ୍ରଯୁଜ୍ୟ ନଥିଲା । ଅର୍ଥାତ ରାଜସ୍ୱ ଅମଳ।ମାନେ ସବୁଦିନ ଏପରିକି ଛୁଟି ଦିନ ମଧ୍ୟ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହୁଥିଲେ । ବିଭିନ୍ନ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାଜ୍ୟ ସୀମା ତନଖି ଫାଟ ଇତ୍ୟାଦିରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକୃତ କରିବା ଜିଲ୍ଲା କୋଭିଡ କେୟାର ସେଣ୍ଟର ରେ ଥିବା କଣ୍ଟ୍ରୋଲ ରୁମ ଜିଲ୍ଲା ତଥା ବ୍ଲକ/ ତହସିଲ କାର୍ଯ୍ୟ।ଳୟ ରେ ଥିବା କଣ୍ଟ୍ରୋଲ ରୁମ ଇତ୍ୟାଦି କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ ତୁଲାଇ ବହୁତ ରାଜସ୍ୱ ଅମଲା କରୋନା ରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇଛନ୍ତି। ଦାବି ପତ୍ର ପ୍ରଦାନ ସମୟରେ, ଜିଲ୍ଲା ଶାଖା ଉପଦେଷ୍ଟା, ଦିଲ୍ଲୀପ କୁମାର ପାତ୍ର, ସଭାପତି ସୁରଜିତ ସିଂ ମହାରଥା, ସମ୍ପାଦକ ମନୋଜ କୁମାର ମହାରଣା, ସମ୍ପାଦକ (ସଂଗଠକ) ମଦନ ସୁନ୍ଦର ସାହୁ, କାର୍ଯ୍ୟ କାରିଣୀ ସଦସ୍ୟ ରଞ୍ଜନା ସବର, ଗୋଦାବରୀ ଦାସ, ସଞ୍ଚିତା ସାହୁ, ପ୍ରିୟ ଦର୍ଶିନୀ ସାହୁ, ନରେନ୍ଦ୍ର କୁମାର ଚନ୍ଦ୍ରକାର, ଧର୍ମରାଜ ନାଏକ, ରାଜ କିଷନ ଦୋରା, ଅଭିଶେଖ ଚୌହାନ, ତ୍ରିଲୋଚନ ପୋମାର, ଜିତେନ୍ଦ୍ର ନାଏକ, ସୁମନ୍ତ ଭୋଇ, ବସନ୍ତ ସାହୁ, ଅନିଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 1, 2021 - 1:39 pm

👍

Reply

Leave a Comment