Home Breaking News ପ୍ରତିବାଦ ସଭା

ପ୍ରତିବାଦ ସଭା

by Times One Odia
Share with
     
 
 
   

ନରସିଂହପୁର: ନୟାଗଡ଼ ଜିଲ୍ଲାରେ ଖବର ସଂଗ୍ରହ କରୁଥିବା ବେଳେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଅବକାରୀ ବିଭାଗର ଅଫିସର ଧନଞ୍ଜୟ ପାତ୍ରଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ କରିଛି।ନୟାଗଡ଼ ଜିଲ୍ଲା ସାମ୍ବାଦିକ ମାନେ ଏହାର ଦୃଢ ନିନ୍ଦା କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କୁ ସମର୍ଥନ କରି ବିଭିନ୍ନ ସାମ୍ବାଦିକ ସଙ୍ଘ ଆଗେଇ ଆସୁଥିବା ବେଳେ ସେମାନଙ୍କ ସମର୍ଥନ କରି ପ୍ରତିବାଦ ଜଣାଇବାକୁ ଆଗେଇ ଆସିଛି କଟକ ଜିଲ୍ଲା ନରସିଂହପୁର ସାମ୍ବାଦିକ ସଙ୍ଘ।ନୟାଗଡ଼ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବା ଧନଞ୍ଜୟ ପାତ୍ରଙ୍କ ପ୍ରତି ସରକାର ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ଚାକିରିରୁ ବହିସ୍କୃତ କରିବା ପାଇଁ ଦାବି କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରୁଛି।ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏହାର ସମାଧାନ କରିବା ପାଇଁ ଆସନ୍ତା 30 ତାରିଖ ବୁଧବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି।ଯଦି ଦୁର୍ବ୍ୟବହାର କରିଥିବା ଅଫିସର ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏ ବାବଦରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଯେଉଁ ନିଷ୍ପତ୍ତି ନେବେ ତାକୁ ନରସିଂହପୁର ସାମ୍ବାଦିକ ସଙ୍ଘ ସମର୍ଥନ କରିବ ବୋଲି କହିଛନ୍ତି ସଙ୍ଘର ସଭାପତି ଦେବୀପ୍ରସାଦ ରଥ।

related posts

1 comment

Deepak Kumar majhi June 29, 2021 - 5:34 pm

👍

Reply

Leave a Comment