ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ସୋମବାର ମୋଟ ୧୫ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୩ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥି ମଧ୍ୟରୁ ଫୁଲବାଣୀ ସହରର କେନ୍ଦୁପଦର ୨ଜଣ ଓ ଗାନ୍ଧୀ ଛକର ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ରା ଇକିଆ ୧,କୋଟଗଡ ୧,ଜିଉଦୟଗିରି ୧,, ଦାରିଙ୍ଗବାଡି ୪, ,ବାଲିଗୁଡା ୨ଜଣ ,କୋଟଗଡ ୧, ଖଜୁରୀପଡ଼ା ୧,ଓଟିକାବାଲିର ୨ଜଣଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ୧୦,୬୯୩.ଜଣ କରେନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୩୧୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୩୨୭ ଜଣ ରୋଗୀ ଏବେ ସଦର ମହକୁମାକୋଭିଡ଼ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନସିସିସିରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାଏ ୪୭ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ଫୁଲବାଣୀରେ ୩, ଜିଲ୍ଲାରେ ୧୫ କରୋନା ପଜିଟିଭ ଚିହ୍ନଟ
Share with
previous post
1 comment
👍