Home Breaking News ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ

ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ

by Times One Odia
Share with
     
 
 
   

ବଡମ୍ବା: ବିଜେଡିର ଦୃଢ଼ ସମର୍ଥକ ତଥା ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ଅନ୍ତରଙ୍ଗ, ଡ଼ମଣଗାଡିଆର ଯୁବନେତା ରବି ପ୍ରଧାନ (୪୧ ବର୍ଷ ) ଏବଂ ଯୋଡୁମର ସେବା ନିବୃତ୍ତ ସୁରକ୍ଷା ବାହିନୀ କର୍ମଚାରୀ, ଗାଁର ସଭାପତି ବାଙ୍ଗିରିସିଂ ଶିଶୁ ମନ୍ଦିରର ସଭାପତି ବିକ୍ରମ ବେହେରା (୬୧ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ଉଭୟ ବିଜେଡିର ଦୃଢ଼ ସମର୍ଥକ ଥିଲେ ।

ସ୍ବର୍ଗତ ବେହେରା ୩ଦିନ ଧରି ଅସୁସ୍ଥ ଅନୁଭବ କରୁଥିଲେ ଆଜି ସକାଳେ ସେ ନିଜେ ମୋଟର ବାଇକ ରେ ଯାଇ ଔଷଧ ଆଣିଥିଲେ । ହଠାତ ତାଙ୍କର ଅକ୍ସିଜେନ କମିଯିବାରୁ ବଡ଼ମ୍ବା ଡ଼ାକ୍ତରଖାନା ନେଲାବେଳକୁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ଉଦୀୟମାନ ଯୁବନେତା ରବି ପ୍ରଧାନଙ୍କୁ ତାଙ୍କ ମାମୁଁ ରଜନୀ ବଳବନ୍ତରାୟଙ୍କ ଅନୁରୋଧରେ ବିଧାୟକ ମିଶ୍ର,ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଆଣି ଭର୍ତ୍ତି କରେଇ ଭେଣ୍ଟିଲେଟର ସୁବିଧା ଉପଲବ୍ଧ କରେଇଥିଲେ । ତାଙ୍କ ଦେହ ମଧ୍ୟ ଭଲ ଥିଲା । କାଲି ତାଙ୍କୁ ଭେଣ୍ଟିଲେଟର ରୁ କାଢ଼ିବା ପରେ Oxygen treatment କୁ ଅଣାଯାଇଥିଲା । ଘରକୁ ଫେରିବା ପାଇଁ ସେ ଜିଦ୍ଦି କରି ଛିଡା ଛିଡି କରି ଦେଇଥିଲେ । ଫଳତଃ Oxygen BP Level ପୁରା କମିଗଲା ଆଉ ventilator ଲଗାଇଲେବି ଉନ୍ନତି ହେଲା ନାହିଁ ।

ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ବଡ଼ମ୍ବା କୋଭିଡ କେୟାରରେ ୩/୪ ଦିନ ଭର୍ତ୍ତି ହୋଇଛନ୍ତି । ରବି ପ୍ରଧାନଙ୍କ ଅକାଳ ବିୟୋଗ , ବିକ୍ରମ ବେହେରାଙ୍କ ଆକସ୍ମିକ ବିୟୋଗ ରେ ବିଧାୟକ ଦେବୀ ମିଶ୍ର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |

related posts

1 comment

Deepak Kumar majhi June 29, 2021 - 4:12 pm

👍

Reply

Leave a Comment