Home Breaking News ବେଲଗୁଣ୍ଠାରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଡ୍ରଗ୍ ଇନିସ୍ପେକ୍ଟରଙ୍କ ତଲାସୀ:ତମ୍ବାକୁ ବିକ୍ରିକାରୀ ଦେଲେ ୪୫୦୦ ଜୋରିମନା

ବେଲଗୁଣ୍ଠାରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଡ୍ରଗ୍ ଇନିସ୍ପେକ୍ଟରଙ୍କ ତଲାସୀ:ତମ୍ବାକୁ ବିକ୍ରିକାରୀ ଦେଲେ ୪୫୦୦ ଜୋରିମନା

by Times One Odia
Share with
     
 
 
   

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ତମ୍ବାକୁ ଓ ଗୁଟ୍ଖା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବା ସତ୍ତ୍ୱେ ଏହାର ବହୁଳ ବ୍ୟବହାର ହୋଇଥାଏ ।ବିଶେଷ କରି ଯୁବବର୍ଗର ବ୍ୟକ୍ତି ମାନଙ୍କ ମଧ୍ୟରେ ତମ୍ବାକୁ, ଗୁଟଖା ଓ ସିଗାରେଟର ଚାହିଦା ଅଧିକ ।ବ୍ୟବହାରକୁ ଲକ୍ଷ୍ୟ କରି ବହୁ ନାମୀଦାମୀ କମ୍ପାନୀ ସହିତ କିଛି ଲୋକାଲ୍ ବ୍ରାଣ୍ଡ ର ତମ୍ବାକୁ ବହୁଳ ଭାବରେ ବିକ୍ରି କରାଯାଇଥାଏ ।ଏହା ଫଳରେ ଯୁବପିଢ଼ି ସ୍ୱାସ୍ଥ୍ୟଗତ ସମାସ୍ୟାରେ ପଡିଥାନ୍ତି ।ଆଜି ବେଲଗୁଣ୍ଠା ସହର ଓ ଅନ୍ୟ ଅଞ୍ଚଳରେ ବିଭିନ୍ନ ଦୋକାନରେ ତଲାସୀ କରି ୪୫୦୦ ଜୋରିମନା ଆଦାୟ ହୋଇଥିବା ସୂଚନା ମିଳିଛି ।ଜାତୀୟ ତମ୍ବାକୁ କଣ୍ଟ୍ରୋଲ ପ୍ରୋଗ୍ରାମ ସ୍ବେଛାସେବୀ ତଥା ସାମାଜିକ କର୍ମୀ ଅନନ୍ତ କୁମାର ନାୟକ, ଗଞ୍ଜାମ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ କୁମାର ପାଢ଼ୀ, ଭଞ୍ଜନଗର ଉପଖଣ୍ଡ ଡ୍ରଗ୍ସ ଇନିସ୍ପେକ୍ଟର ପ୍ରସନ୍ନ କୁମାର ମଲ୍ଲିକ ଓ ଗାଙ୍ଗପୁର ଥାନା ସବ୍- ଇନିସ୍ପେକ୍ଟର ସୁଧିର ରଞ୍ଜନ ଦିଗାଲ୍ ପ୍ରମୁଖ ବେଲଗୁଣ୍ଠା ସହରର ବିଭିନ୍ନ ପାନ ଦୋକାନ ଓ ଚା ଦୋକାନରେ ଚଢ଼ାଉ କରି ତଲାସୀ କରିଥିଲେ ।ସେଠାରେ ତମ୍ବାକୁ ତଥା ଗୁଟ୍ଖା ଜାତୀୟ ଦ୍ରବ୍ୟ ବିକ୍ରି ଓ ଗଚ୍ଛିତ ଥିବା ଦେଖି ଜୋରିମନା ଆଦାୟ କରିଥିଲେ ।ବେଲଗୁଣ୍ଠା ଅଞ୍ଚଳରେ ପ୍ରାୟ ୩୧ ଟି ଦୋକାନରେ ତଲାସୀ କରି ଜୋରିମନା ଆଦାୟ କରିବା ସହିତ ସଚେତନ କରାଇଥିବା କହିଛନ୍ତି କୋର୍ଡିନେଟର ଅନନ୍ତ କୁମାର ନାୟକ ।

related posts

1 comment

Deepak Kumar majhi June 29, 2021 - 5:34 pm

👍

Reply

Leave a Comment