ବଡମ୍ବା(ବିନୋଦ ନନ୍ଦ): ଆଜି ବଡମ୍ବାରେ ୧୨ଜଣ, ନରସିଂହପୁରରେ ୧୭ଜଣ ସର୍ବମୋଟ ୨୯ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ନରସିଂହପୁରରେ ରେଗେଡାରୁ ୬ଜଣ, ନିଜିଗଡ଼ରେ ୨ଜଣ, ବଡଭୁଇଁରେ ୩ଜଣ, ନରସିଂହପୁର ସଂଲଗ୍ନ ରତାପାଟରେ ୨ଜଣ, ବାଲିସାହି, କାଞ୍ଜିଆପଦା, କରିଲୋ, କାଠଖୁଣ୍ଟରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୪ଜଣଙ୍କୁ ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି।
ବଡମ୍ବାରେ ବଡମ୍ବାଗଡ଼ରୁ ୪, କରଡ଼ାରୁ ୨,ସାନବାରସିଂହ, କେଶାଵେରେଣୀ, ମାଳତୀ, ମୂଳିଆବାଙ୍କ, ବଡ଼କମିଲୋ ଓ ମହୁଲିଆ ପ୍ରଭୃତି ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ବଡମ୍ବା ଡ଼ମଣଗାଡ଼ିଆର ଜଣେ ଯୁବକ ବଡମ୍ବାର ଜଣେ ଦୋକାନୀ ଯଥାକ୍ରମେ ଅଶ୍ୱିନୀ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଯୋଡୁମ ଗ୍ରାମପଞ୍ଚାୟତର ଜଣେ ବ୍ୟକ୍ତି Oxygen କମିବାରୁ ହୃଦଘାତରେ ଆଜି ଅପରାହ୍ନରେ ମୃତ୍ୟୁବରଣ କରିଛନ୍ତି।ତାଙ୍କର କୋଭିଡର ଉପସର୍ଗ ୨/୩ ଦିନ ଧରି କାଶ ପ୍ରଭୃତି ଥିବାରୁ କୋଭିଡ Suspected case ରେ ଧରାଯାଇପାରେ।
1 comment
👍