Home Breaking News / ତାଜା ଖବର ଆସନ୍ତା ୨ ମାସ ମଧ୍ୟରେ ୧୨ରୁ ୧୮ ବର୍ଷ ବୟସ ପିଲାଙ୍କ ଟିକାକରଣ!

ଆସନ୍ତା ୨ ମାସ ମଧ୍ୟରେ ୧୨ରୁ ୧୮ ବର୍ଷ ବୟସ ପିଲାଙ୍କ ଟିକାକରଣ!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ଆସନ୍ତା ଜୁଲାଇ କିଂବା ଅଗଷ୍ଟ ମାସ ମଧ୍ୟରେ ଆରମ୍ଭ ହେବ ଛୋଟ ପିଲାଙ୍କ ଟିକାକରଣ । ପ୍ରଥମେ ୧୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବା ନେଇ କେନ୍ଦ୍ର ସରକାରଙ୍କ ଟିକାକରଣ ନେଇ ଜାତୀୟ ଟେକନିକାଲ ପରାମର୍ଶ ଦଳର ମୁଖ୍ୟ ଡାକ୍ତର ଏନକେ ଅରୋରା କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନିଜେସନର ମୁଖ୍ୟ ଡାକ୍ତର ଏନକେ ଆରୋରା କହିଛନ୍ତି ଯେ ଜାଇଡସ କ୍ୟାଡିଲା ଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷା ପ୍ରାୟ ଶେଷ ହୋଇଛି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ୧୨-୧୮ ବର୍ଷ ବୟସର ପିଲାଙ୍କୁ ଏହି ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହାପୂର୍ବରୁ ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍‌ରେ କହିଛନ୍ତି ଯେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ୍ କ୍ୟାଡିଲା ଦ୍ୱାରା ତିଆରି ହୋଇଥିବା ଏହି ଟିକା ଖୁବ୍ ଶୀଘ୍ର ୧୨-୧୮ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ ହେବ। ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି ଜାଣିବାକୁ ପାଇଛି ଯେ ତୃତୀୟ ଲହର ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ ଆମର ୬-୮ ମାସ ଅଛି। ଆଗାମୀ ଦିନରେ, ଆମେ ପ୍ରତିଦିନ ୧ କୋଟି ଡୋଜ ଦେବାକୁ ଲକ୍ଷ୍ୟ ରଖିଛୁ।

related posts

1 comment

Deepak Kumar majhi June 28, 2021 - 5:54 pm

👍

Reply

Leave a Comment