Home Breaking News / ତାଜା ଖବର ଅକ୍ଟୋବରରେ ୟୁଏଇରେ ଟି ୨୦ ବିଶ୍ୱକପ୍ !

ଅକ୍ଟୋବରରେ ୟୁଏଇରେ ଟି ୨୦ ବିଶ୍ୱକପ୍ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତବର୍ଷ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ ହେବ । ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି । କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି । ଟି-୨୦ ବିଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ । ଟି-୨୦ ବିଶ୍ୱକପ ପୂର୍ବରୁ ଆଇପିଏଲର ବାକିଥିବା ୩୧ ଟି ମ୍ୟାଚ୍ ବି ୟୁଏଇରେ ଖେଳାଯିବ । ଏନେଇ ବୋର୍ଡର ସଂପାଦକ ଜୟ ଶାହା ସୂଚନା ଦେଇଛନ୍ତି ।
ଜୟ ଶାହା କହିଛନ୍ତି କି, ଆଜି ଅଧିକାରୀ ସ୍ତରରେ ମ୍ୟାଚର ସ୍ଥାନ ପରିବର୍ତ୍ତନ ନେଇ ଆଇସିସିକୁ ସୂଚନା ଦିଆଯାଇଛି । କେବେ ଖେଳାଯିବ ସେ ନେଇ ଆଇସିସି ନିଷ୍ପତ୍ତି ନେବ।
ଅକ୍ଟୋବର ୧୬ ତାରିଖ ଠାରୁ ମ୍ୟାଚ୍ ଆରମ୍ଭ ହୋଇପାରେ । ୧୬ ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପର ଶେଷ ମ୍ୟାଚ୍ ୧୪ ନଭେମ୍ବରରେ ହେବ ।

related posts

1 comment

Deepak Kumar majhi June 29, 2021 - 2:18 am

👍

Reply

Leave a Comment