Home Breaking News / ତାଜା ଖବର ପାଠୁଆ ଛାତ୍ର ଛାତ୍ରୀ ଏବେ ତାସଖେଳ ଓ ଗାଈ ଚରାଳି ସାଜିଛନ୍ତି: ଜୀବନ ଅନ୍ଧକାର

ପାଠୁଆ ଛାତ୍ର ଛାତ୍ରୀ ଏବେ ତାସଖେଳ ଓ ଗାଈ ଚରାଳି ସାଜିଛନ୍ତି: ଜୀବନ ଅନ୍ଧକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲା କାଶିପୁର ବ୍ଲକ ରେ ଏବେ କୋଉଠି ପାଠୁଆ ପିଲାମାନେ ତାସ ଖେଳୁଛନ୍ତି ତୋ କୋଉଠି ପିଲା ଗାଇ ଗୋରୁ ଚରାଉଥିବା ଦେଖିବାକୁ ମିଳୁଛି। ଅବିଭକ୍ତ ରାୟଗଡ଼ା ଜିଲ୍ଲାଭଳି ବିଭିନ ଜିଲ୍ଲା ରେ ଏପରି ଦୃଶ୍ୟ ଦେଖିବା କୁ ମିଳୁଛି। କରୋନା ମହାମାରୀ କାଳରେ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ସାକ୍ଷରତା ହାରରେ ଉପକୂଳବତ୍ତୀ ଜିଲା ଗୁଡ଼ିକରୁ ସର୍ବଦା ପଛୁଆ ରହିଥିବା ଜିଲା ଗୁଡ଼ିକ ହେଲା ରାୟଗଡା , କୋରାଫୁଟ, ମାଲକାନିଗିରି, ନବରଙ୍ଗପୁର ଜିଲାର ପ୍ରାଥମିକବିଦ୍ୟାଳୟସ୍ତର ପାଠପଢା ସମ୍ଫୁଣ୍ଣ ବାଧାପ୍ରାସ୍ତ ହୋଇଛି ।‌ ମୋଵାଇଲ ନେଟବାର ସମସ୍ୟା ସାଙ୍ଗକୁ ବିଦ୍ୟୁତ ସମସ୍ୟା ପାଈ ପିଲା ଓ ପାଠ ମଧ୍ୟରେ ବିରାଟ ପାଚେରି ଛିଡା କରାଇଛି । କରୋନା କଟକଣା ଭିତରେ ସରକାର ପକ୍ଷରୁ ଲାଗୁ ହୋଇଥିବା ଅନଲାଇନ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ଏହି ସବୁ ଅଞ୍ଚଳରେ ଦେଖିବାକୁ ମିଳୁଛି। କିଛି ପିଲା ତାସ ଖେଳୁଛନ୍ତି ତୋ କିଛି ପିଲା ଗାଈ ଚୋରଉଛନ୍ତି ଆଉ ବଡ ପିଲା ବିଭିନ ଇଟାଭାଟି ଓ ଅନ୍ୟାନ୍ୟ କାମଧନ୍ଦାରେ ଦିନ ବିତାଉଛନ୍ତି । ସେବାଶ୍ରମ ବିଦ୍ୟାଳୟ ଓ ଆବାସିକ ମହାବିଦ୍ୟାଳୟର ପିଲା ମାନେ ବାପା,ମା ଙ୍କୁ ସେମାନେ କାମରେ ସହଯୋଗ କରୁଛନ୍ତି କିଛି ପିଲା ପାଠ ପଢ଼ା ଭୁଲି ଯାଇଛନ୍ତି । ସର୍ଵଦା ଅଭାବ ଅନଟନରେ ଛଦି ହୋଇ ରହିଥିବା ବେଳେ ଅଭାବ ମଣିଷ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ପିଲା ଙ୍କୁ ପାଠରୁ ଦୂରେଇ ରଖିବା କୁ ବାଧ୍ୟ ହୋଇଛନ୍ତି । କିନ୍ତୁ କରୋନା ଟିକା କିମ୍ବା ଔଷଧ ନ ଆସିଵା ପଯ୍ୟନ୍ତ ପିଲାଙ୍କ ଜୀବନକୁ ବିପଦ ମୁହକୁ ଠେଲି ନ ଦେବା ପାଇ ସରକାର ବିଦ୍ୟାଳୟ ଗୁଡିକ ବନ୍ଦ ରଖିଛନ୍ତି।

related posts

1 comment

Deepak Kumar majhi June 29, 2021 - 2:17 am

👍

Reply

Leave a Comment