Home Breaking News / ତାଜା ଖବର ରାଇକିଆରେ ଶୁନ୍ୟ: କନ୍ଧମାଳ ୨୩ ଜଣ ଆକ୍ରାନ୍ତ ଚିହ୍ନଟ

ରାଇକିଆରେ ଶୁନ୍ୟ: କନ୍ଧମାଳ ୨୩ ଜଣ ଆକ୍ରାନ୍ତ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଆଜି ସମୋବାର ଜିଲ୍ଲାରେ ୨୩ ଜଣ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ରାଇକିଆ ବ୍ଲକ୍ ରେ ବହୁଦିନ ପରେ କୈାଣସି ବ୍ୟକ୍ତି ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସମ୍ପୁର୍ଣ୍ଣ କଟକଣା ଉଠାଇନଥିଲେ ମଧ୍ୟ ଆଙ୍କଶି କଟକଣା ମଧ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଆଜିର ୨୩ ଜଣଙ୍କୁ ମିଶାଇ ସମୁଦାୟ ୧୦,୬୭୮ ଜଣ ସଂକ୍ରମଣ, ସୁସ୍ଥ ହୋଇଛନ୍ତି ୧୦୨୭୬ ଜଣ, ଏବଂ ୩୫୫ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। ରାଇକିଆ ବ୍ଲକ୍ ରେ କୈାଣସି ନୁଆ ସଂକ୍ରମଣ ଚିହ୍ନଟ ହୋଇନଥିବା ଯୋଗୁଁ ପ୍ରଶାସନ ଏବଂ ଲୋକେ ଆସ୍ଵସ୍ଥି ହୋଇଛନ୍ତି। କିନ୍ତୁ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସମୋବାର ଜିଲ୍ଲାରେ କରୋନା ସଂକ୍ରମଣରୁ ୪୩ ଜଣ ସୁସ୍ଥ ହୋଇଥିବା ଜଣାପଡିଛି।

related posts

1 comment

Deepak Kumar majhi June 29, 2021 - 2:14 am

👍

Reply

Leave a Comment