Home Breaking News / ତାଜା ଖବର ପଶ୍ଚିମବଙ୍ଗରେ ଜୁଲାଇ ୧୫ ଯାଏଁ ବଢିଲା ଲକଡାଉନ

ପଶ୍ଚିମବଙ୍ଗରେ ଜୁଲାଇ ୧୫ ଯାଏଁ ବଢିଲା ଲକଡାଉନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କିଛି ଥମୁଥିବା ବେଳେ ପଶ୍ଚିମବଙ୍ଗରେ ପୁଣି ବଢ଼ିଲା ଲକଡାଉନ ଅବଧି । ପଶ୍ଚିମବଙ୍ଗ ସରକାର ପୁଣି ଥରେ ଜୁଲାଇ ୧୫ ପର‌୍ୟ୍ୟନ୍ତ ବଢ଼ାଇଲେ ଲକଡାଉନ । କିନ୍ତୁ ଏଥର ପ୍ରଶାସନ ପକ୍ଷରୁ କିଛି ନିୟମ କୋହଳ କରାଯାଇଛି । ସଂକ୍ରମଣ ଧିରେ ଧିରେ କମ ହେଉଥିବାରୁ ନିୟମ କୋହଳ କରାଯାଇଛି । ସକାଳ ୬:୦୦ରୁ -୧୦:୦୦ ଏବଂ ଅପରାହ୍ନ ୪:୦୦- ସନ୍ଧ୍ୟା ୮: ୦୦ ପର‌୍ୟ୍ୟନ୍ତ ଜିମ୍ ୫୦ ପ୍ରତିଶତ ଲୋକଙ୍କ ସହିତ ଖୋଲା ରହିପାରିବ । ସମସ୍ତ ବିୟୁଟି ପାର୍ଲର ଏବଂ ସେଲୁନ୍ ଗୁଡିକ ଦିନ ୧୧ରୁ- ସନ୍ଧ୍ୟା ୬ ପର‌୍ୟ୍ୟନ୍ତ ଖୋଲା ରହିବ । ବେସରକାରୀ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚଳାଚଳ କରିବ ଏବଂ କାର‌୍ୟ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲା ରହିପାରିବ । ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କୁ ଟିକାକରଣ କରିବାକୁ ପଡିବ ।

related posts

1 comment

Deepak Kumar majhi June 29, 2021 - 2:20 am

👍

Reply

Leave a Comment