Home Breaking News / ତାଜା ଖବର ଜାମ୍ମୁରେ ପୁଣି ଡ୍ରୋନ୍ ଆତଙ୍କ, ହାଇଆଲର୍ଟରେ ସେନା

ଜାମ୍ମୁରେ ପୁଣି ଡ୍ରୋନ୍ ଆତଙ୍କ, ହାଇଆଲର୍ଟରେ ସେନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁକାଶ୍ମୀରରେ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ୍ ଜରିଆରେ ଡବଲ ଆଟାକକୁ ୨୪ ଘଂଟା ପୁରିନି ପୁଣି ଆଉ ଏକ ମିଲିଟାରୀ ଷ୍ଟେସନ ନିକଟରେ ଉଡିଲା ଆତଙ୍କବାଦୀଙ୍କ ଡ୍ରୋନ । ଜାମ୍ମୁର କାଲୁଚିକ ମିଲଟ୍ରି ଷ୍ଟେସନ ନିକଟରେ ଆଜି ଭୋର ୩ଟା ସମୟରେ ୨ ଡ୍ରୋନ ଉଡୁଥିବାର ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ମିଲିଟାରୀ ଷ୍ଟେସନ ନିକଟରେ ଡ୍ରୋନ ଉଡୁଥିବାର ଦେଖିବା ପରେ ପରେ ସଜାଗ ହୋଇଥିଲେ ସୁରକ୍ଷାକର୍ମୀ । ଡ୍ରୋନକୁ ପିଛା କରି ୨୦ରୁ ୨୫ ରାଉଣ୍ଡ ଗୁଳି ମାଡ କରିଥିଲେ । ହେଲେ ଯବାନଙ୍କୁ ଚକମା ଦେଇ ଖସି ଯାଇଥିଲା ଡ୍ରୋନ୍ ।
ଅନୁମାନ କରାଯାଉଛି ଆତଙ୍କବାଦୀ ବର୍ତମାନ ସେନାର ବିଭିନ୍ନ ପୋଷ୍ଟ ଗୁଡିକ ଉପରେ ଏହି ଡ୍ରୋନ୍ ଜରିଆରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏହା କମ୍ ଖର୍ଚରେ ହୋଇପାରିବ । ବହୁ ତଳେ ଉଡୁଥିବାରୁ ଏହାକୁ ହଠାତ୍ ରାଡାର ବି ଧରି ପାରିବନି । ଜାମ୍ମୁକାଶ୍ମୀର କାଲୁଚକ ମିଲିଟାରୀ ଷ୍ଟେସନ ନିକଟରେ ଏହି ୨ଟି ଡ୍ରୋନ୍ ଦେଖାଯିବା ପରେ ପୁରା ଜାମ୍ମୁକାଶ୍ମୀରର ସମସ୍ତ ସେନା ପୋଷ୍ଟ ଓ ଷ୍ଟେସନ ଗୁଡିକରେ ଆଲର୍ଟ ଜାରି କରି ଦିଆଯାଇଛି । ସେନାକୁ ଚକମା ଦେଇ ଖସି ଯାଇଥିବା ୨ଟି ଡ୍ରୋନକୁ ଖୋଜୁଛି ଜାମ୍ମୁକାଶ୍ମୀର ପୋଲିସ ଏବଂ ସେନା ।

related posts

1 comment

Deepak Kumar majhi June 28, 2021 - 5:55 pm

👍

Reply

Leave a Comment