Home Breaking News / ତାଜା ଖବର ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତନ ଓ ଚକ୍ରାନ୍ତ କରି ଅଶାନ୍ତ ବାତାବରଣ ସୃଷ୍ଟି

ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତନ ଓ ଚକ୍ରାନ୍ତ କରି ଅଶାନ୍ତ ବାତାବରଣ ସୃଷ୍ଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଏଠି ଅନେକ ଭାଷା ଓ ବିଭିନ୍ନ ପ୍ରକାରର ଜନଜାତି ବସବାସ କରୁଥିଲେହେଁ ସମସ୍ତେ ପ୍ରକୃତି ପୂଜକ ଅଟନ୍ତି। ଏମାନଙ୍କ ପୂଜା ପଦ୍ଧତି ସ୍ୱତନ୍ତ୍ର ଓ ନିଆରା ଢଙ୍ଗରେ ପାଳନ କରିଥାନ୍ତି। କୌଣସି ପରିସ୍ଥିତିରେ ନିଜର ପରମ୍ପରାକୁ ଭୁଲନ୍ତି ନାହିଁ। ଏହିଭଳି ନିରାଡ଼ମ୍ବରଜୀବନ ଯାପନ କରୁଥିବା ନିଷ୍କଲଙ୍କ ମାନଙ୍କ ମନରେ ଧର୍ମାନ୍ତକରଣ ନାରେ ବିସମଞ୍ଜି ବୁଣି ନିଆରା ପରମ୍ପରାକୁ ଗ୍ରହଣ ଲଗାଇ ଗାଁ ଗାଁ ମଧ୍ୟରେ ଭାଇ ଭାଇ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି କିଛି ଅସାଧୁ ଚକ୍ରାନ୍ତି ଗୋଷ୍ଠୀ। ନିଜର ପରମ୍ପରା ଛଡା ଅନ୍ୟ କିଛି ଜାଣି ନ ଥିବା ଲୋକଙ୍କ ମନରେ ବିଷାଦ ଘୋଟି ଯାଇଛି ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଂଚାୟତ ଅନ୍ତର୍ଗତ ସିକପାଇ ଗ୍ରାମରେ। ସେହି ଗ୍ରାମରେ ପ୍ରାୟ ୪୦ ଆଦିବାସୀ ଅର୍ଥାତ କନ୍ଧ ପରିବାର ରୁହନ୍ତି। ଗତ କିଛି ବର୍ଷ ହେଲା ଷଡ଼ଯନ୍ତ୍ର କାରୀ ମିଶନାରୀ ସଂସ୍ଥାରୁ କିଛି ଲୋକ ସେବା ନା ରେ ଏହି ଗ୍ରାମକୁ ଆସିଥିଲେ ସେବାଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରାର୍ଥନା କଲେ ଓ ସବୁଦିନ ପ୍ରାର୍ଥନା କରିବାକୁ କହିଲେ । ପୁଣି କିଛିଦିନ ପରେ ଚର୍ଚ୍ଚ କୁ ଆସି ପ୍ରାର୍ଥନା କରିବାକୁ କହିଲେ ଏବଂ ପୂର୍ବରୁ କାହିଁ କେବେଠାରୁ ପ୍ରଚଳିତ ପ୍ରଥାକୁ ନ ମାନିବାକୁ ତାଗିଦ କଲେ। ତାପରେ ଧୀରେ ଧୀରେ ପରମ୍ପରାକୁ ନ ମାନି ବିରୋଧ କରିବାକୁ ଲାଗିଲେ ଏନେଇ ବାରମ୍ବାର ଗ୍ରାମର ମୁଖିଆ ସଙ୍ଗନା କଞ୍ଜକା, ଚୈତନ କଞ୍ଜକା, ବିଶୁ, ନାରାୟ କଞ୍ଜକା ବୁଝାଇ ବୁଝାଇ ଥକି ଗଲେ। ସେମାନେ କହିଲେ କି ଆମେ ଅନ୍ୟ ଧର୍ମ ନେଇଛୁ ତେଣୁ ତମ କଥା ମାନିବୁ ନାହିଁ ବୋଲି ଜିଦରେ ଅଡି ବସିଲେ। କିଛିଦିନ ପରେ ସେହି ଗ୍ରାମରେ ଆଦିବାସୀ ପୂଜକ(ଦିସାରୀ) ଆସି ଧାର୍ଯ୍ୟ ଦିନ ଅନୁସାରେ ଗ୍ରାମ ଦେବତୀ ପାଖରେ ପୂଜନ କାର୍ଯ୍ୟ କ୍ରମ ଚାଲୁଥିଲା ସମୟରେ ଅନ୍ୟ ଗ୍ରାମର ପ୍ରଚାରକକୁ ଡ଼ାକି ଜାଣି ଶୁଣି ପ୍ରାର୍ଥନା କରି ଉଦ୍ୟେସ ମୂଳକ ଭାବେବିଶୃଙ୍ଖଳା ସୃଷ୍ଟି1କରିବା ପାଇଁ ଚେଷ୍ଟା କରିଥିଲେ । ଗ୍ରାମର ଲୋକମାନେ କହିବା ଅନୁଯାୟୀ ଏଭଳି ନ କରିବାକୁ ଅନୁରୋଧ କଲାପରେ ନ ଶୁଣି ପାଟି ତୁଣ୍ଡ କରିଥିଲେ। ତାପରେ ମାମଲା ଥାନାକୁ ପହଁଚିଲା ସେଠାରେ ଗ୍ରାମର ଭଦ୍ରବ୍ୟକ୍ତି ଓ ପୋଲିସ ବହୁ ଚେଷ୍ଟାପରେ ମିଶନାରୀ ଲୋକଙ୍କ ପ୍ରରୋଚନାରେ ପଡି ରାଜି ହେବାକୁ ମନା କରିଦେଇଥିଲେ । ଏହି ମାମଲା ଶାନ୍ତ କରିବା ପାଇଁ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସ ଡି ପି ଓ ତହସିଲଦାର ଦେବାଶିଷ କର ଓ ପୋଲିସ ବହୁ ଚେଷ୍ଟା କରିଥିଲା କିନ୍ତୁ ତାହା ମାମଲା କୋର୍ଟକୁ ଯାଇ ଅଟକିଛି । ସୃଷ୍ଟି ଆରମ୍ଭ ରୁ ପାଳନ କରି ଅସୁଥୁବା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଗ୍ରାମବାସୀ ଉଦ୍ୟମ କରୁଥୁବା ବେଳେ ବିଧର୍ମୀ ମାନେ ଏହାକୁ ଯୋଜନା ମୁତାବକ ନଷ୍ଟ କରି ଝାମେଲା ସୃଷ୍ଟି କରିବାକୁ ଚାହୁଁଛନ୍ତି। ମିଥ୍ୟା ଅଭିଯୋଗ ମାନ କରି ଗ୍ରାମର ଲୋକମାନଙ୍କୁ ବଦନାମ କରି ସରକାରୀ ଓ ମିଶନାରୀ ସଂସ୍ଥା ମାନଙ୍କ ଠାରୁ ଅହେତୁକ ସାହାଯ୍ୟ ହଟେଇବା ପାଇଁ ଯୋଜନା କରୁଥିବା ଜଣା ପଡ଼ିଛି। କିଛି ଲୋକଙ୍କ ପ୍ରରୋଚନାରେ ପଡି ବାରମ୍ବାର ପ୍ରଶାସନକୁ ଭ୍ରମିତ କରିବା ସହ ଜଟିଳ ପରିସ୍ଥିତି ଉପୁଜାଇବାରେ ଲାଗିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବତନ ସରପଞ୍ଚ ସାରବୁ ସରକା, ଦୁଖୁ ଗୌଡ଼, ପ୍ରଭାକର ପାତ୍ର,ମନୋଜ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପଟେଲ, ଭି ଗୁରୁନାଥ ଭଦ୍ରବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ବହୁତ ବୁଝାଇବାକୁ ଚେଷ୍ଟାଥିଲେ କିନ୍ତୁ ସେମାନେ ନ ବୁଝି ଆମେ ତମ ସଂଗେ ରହି ପାରିବୁ ନାହିଁ ବୋଲି ଅଲଗା ରହିବାକୁ ଲାଗିଛନ୍ତି । କେହି ପଚାରିଲେ ଆମକୁ ତଡି ଦେଲେ ବୋଲି କରୁଣ କାହାଣୀ କହି ସହନୁଭୁତୁ ଯୋଗାଡ଼ କରୁଛନ୍ତି। ଏନେଇ ଗ୍ରାମର ଭଦ୍ର ବ୍ୟକ୍ତି ସଙ୍ଗନା, ବିଶୁ, ଲୁଲା, ଚୈତନ ଙ୍କ କହିବା କଥା ହେଲା ଏନେଇ ଏକ ଲେଖା କାଗଜ ସରପଞ୍ଚ ଙ୍କ ପାଖକୁ ଦିଆଯାଇଛି କି ସେମାନେ ଆମ ସହ ମିଶି ରହିବାକୁ ଆମର କୌଣସି ଆପତ୍ତି ନାହିଁ କିନ୍ତୁ ଆମ ପରମ୍ପରାକୁ ନଷ୍ଟ କରିବାକୁ ଚକ୍ରାନ୍ତ କଲେ ବରଦାସ୍ତ କରଜୀବନି ବୋଲି କହିଛନ୍ତି। ସେମାନେ କହିଛନ୍ତିକି ତାଙ୍କର ଯାହାକୁ ମାନିବାର ଅଛି ତାକୁ ମାନନ୍ତୁ ଆମର କିଛି ଆପତ୍ତି ନାହୁଁ କିନ୍ତୁ ଅନ୍ୟ ଧର୍ମର ଲୋକଙ୍କୁ ଆଣି ବିଭ୍ରାଟ ନ କରନ୍ତୁ ବୋଲି ପ୍ରକାଶ କରିଛନ୍ତି ।

related posts

1 comment

Deepak Kumar majhi June 29, 2021 - 2:12 am

👍

Reply

Leave a Comment