Home Breaking News / ତାଜା ଖବର ଏଏସଆଇ ଆକ୍ରମଣ ଘଟଣାକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା

ଏଏସଆଇ ଆକ୍ରମଣ ଘଟଣାକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା: ନୟାଗଡ ଜିଲ୍ଲାର ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଅବକାରୀ ବିଭାଗରର ଜଣେ ଏ ଏସ ଆଇ ଆକ୍ରମଣ ଘଟଣାକୁ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ନୟାଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ମଦ ଦୋକାନ ଚଢାଉ କରି ନକଲି ମଦ ଜବତ କରି ଅବକାରୀ ବିଭାଗ ମୋବାଇଲ କାର୍ଯ୍ୟାଳୟ କୁ ଆଣି ରଖିଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇ ଜବତ ମଦର ଫୋଟ ଓ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଏ ଏସ ଆଇ ଧନଞ୍ଜୟ ପାତ୍ର ଓ ଜଣେ କନେଷ୍ଟବଳ ସାମ୍ବାଦିକ ମାନଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ଗଞ୍ଜାମ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନିଲ ପଟ୍ଟନାୟକ , ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଜିଲ୍ଲା ଉପ ସଭାପତି ଦେବୀ ପ୍ରସାଦ ଦାଶ ରାଜ୍ୟ ସମ୍ପାଦକ ପ୍ରକାଶ ପଟ୍ଟନାୟକ, କାର୍ଯ୍ୟକାରି ସଦସ୍ୟ ଗୋପାଳ ପଟ୍ଟନାୟକ,ଭିକୁ ନାୟକ , ପ୍ରଫୁଲ୍ଲ ପଟ୍ଟନାୟକ, କାଳୀ ଚରଣ ଦାଶ,ଚନ୍ଦ୍ରକେତୁ ରାଉତ,ବିଭୁ ପ୍ରସାଦ ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା, ଭବାନୀ ପାଳ, ରାଜେଶ ପଣ୍ଡା, ଅଶ୍ୱିନୀ ମାହାନ୍ତି, ସନ୍ତୋଷ ବିଷୋୟୀ, ପ୍ରଭାତ କୁମାର ସାହୁ, ମଧବ ଚନ୍ଦ୍ର ଆପଟ, ସରୋଜ ଶତପଥୀ, ବିଭୁପାଦ ଜେନା, ସୁଶାନ୍ତ ବେହେରା, ଚନ୍ଦନ ସାହୁ, ସୁରେଶ ସୁବୁଦ୍ଧି, ରାଜେଶ ପାତ୍ର, ଶିବରାମ ଚୌଧୁରୀ,ଜଗନାଥ ନାୟକ, ପଞ୍ଚାନନ ସାହୁ ,ବିନ୍ଦୁପ୍ରିୟା ଦାଶ, ବର୍ଷାରାଣୀ ସ୍ୱାଇଁ, ମଣ୍ଟୁ ମହାପାତ୍ର,ସୁଧାଂଶୁ ବିଷୋୟୀ, ସଚିନ ପୁରୋହିତ, ବାଳକୃଷ୍ଣ ପାତ୍ର, ପ୍ରମୁଖ,ଦୃଢ଼ ନିନ୍ଦା କରିବା ସହ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ମଧ୍ୟ ଆନ୍ଦୋଳନକୁ ଓଲ୍ହାଇବା ପାଇଁ ନିଷ୍ପତି ନିଆ ଯାଇଛି

related posts

1 comment

Deepak Kumar majhi June 27, 2021 - 5:23 pm

👍

Reply

Leave a Comment