Home Breaking News / ତାଜା ଖବର ଗୋପୀନାଥପୁର-ବୈଦେଶ୍ୱର ସେତୁ ଶେଷ ପର୍ଯ୍ୟାୟରେ: ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଟିମଙ୍କ ସହ ଦେବୀ ମିଶ୍ରଙ୍କ ତଦାରଖ

ଗୋପୀନାଥପୁର-ବୈଦେଶ୍ୱର ସେତୁ ଶେଷ ପର୍ଯ୍ୟାୟରେ: ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଟିମଙ୍କ ସହ ଦେବୀ ମିଶ୍ରଙ୍କ ତଦାରଖ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବିଭିନ୍ନ ବିଭାଗୀୟ ପ୍ରକଳ୍ପ ସମ୍ପର୍କରେ ବିଧାୟକ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ବଡମ୍ବା-ନରସିଂହପୁରରେ ଆଲୋଚନା| ମହାନଦୀର ଦୀର୍ଘତମ ସେତୁ ବଡମ୍ବାର ଗୋପୀନାଥପୁର ଠାରୁ ବାଙ୍କୀର ବୈଦେଶ୍ୱର ଯାଏଁ ଦୀର୍ଘତମ ସେତୁ ଓ ସଂଲଗ୍ନ ଟି-ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସକାଳବେଳା ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅନିଲ ତ୍ରିପାଠୀ, ମୁଖ୍ୟଯନ୍ତ୍ରୀ(ବିଶ୍ୱବ୍ୟାଙ୍କ) ଶ୍ରୀ ରାମକୃଷ୍ଣ ମହାରଣା, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦିଗମ୍ବର ବିଶ୍ବାଳ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ ମହାନ୍ତି ଅନ୍ୟ ଇଂଜିନିୟରଙ୍କ ଏକ ବୈଷୟିକ ଟିମ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଆମନ୍ତ୍ରଣରେ ତଦବୀର କରିଛନ୍ତି ଓ ସ୍ଥାନୀୟ ତହସିଲଦାର ଓ ଜନପ୍ରତିନିଧି ସିଂହନାଥ କମିଟିର କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ବୟସ୍କ ବୟସ୍କା ଭିନ୍ନକ୍ଷମଙ୍କ ପାଇଁ Ramp ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା କେନ୍ଦ୍ର ସହିତ ମତାମତ ଭିତ୍ତିରେ ବୈଷୟିକ ଦୃଷ୍ଟିରୁ ଯାହା ସମ୍ଭବ ତାର ଅନୁଶୀଳନ କରାଯିବାକୁ ବିଧାୟକ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧ ଦୃଷ୍ଟିରୁ ସେତୁ ସଂଲଗ୍ନ ପ୍ୟାକିଂ ପୂରା କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ପାଦଚଲା ସହିତ ଟି.ସେତୁରେ ବ୍ୟାଟେରୀ ଚାଳିତ ଛୋଟଯାନର ବ୍ୟବସ୍ଥାର ବୈଷୟିକ ଦିଗକୁ ମୁଖ୍ୟଯନ୍ତ୍ରୀ(ଡିଜାଇନ)ଙ୍କ ସହିତ ଅନୁଶୀଳନ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ସେତୁ ପ୍ରାରମ୍ଭରେ ଏକ ପର୍ଯ୍ୟଟକ ସୁବିଧାକେନ୍ଦ୍ର ପାଇଁ ଉପଲବ୍ଧ ୨ ଏକରରୁ ଉର୍ଦ୍ଧ୍ବ ଜମି ଚିହ୍ନଟ କରି କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ପର୍ଯ୍ୟାଲୋଚନାରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସମାଜସେବୀ ରବୀନ୍ଦ୍ର ସାହୁ, ସ୍ଥାନୀୟ ଜନପ୍ରତିନିଧି ଓ କର୍ମକର୍ତ୍ତା ସର୍ବଶ୍ରୀ ଗୋବିନ୍ଦ ସାହୁ, ରମେଶ ସାହୁ, ଅମରେନ୍ଦ୍ର ଶତପଥୀ, ସନାତନ ଶତପଥୀ, ପବିତ୍ରମୋହନ ସୁବୁଦ୍ଧି, ନିରଞ୍ଜନ ଶତପଥୀ, ଭାଗିରଥୀ ରଣା, ପ୍ରହ୍ଲାଦ ରଣା, ଦୁଃଶାସନ ସାହୁ, ରତ୍ନାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବଡମ୍ବା-ନରସିଂହପୁରର ଅନୁମୋଦନ ଅପେକ୍ଷାରେ ଥିବା ଅଭିମାନପୁର-ଭାପୁର ରାସ୍ତା ଓ ନରସିଂହପୁରରୁ ଶରଧାପୁର ଯାଏଁ ରାସ୍ତା, ନରସିଂହପୁର ହାଟ ପାଖ ଅବକ୍ଷୟଗାମୀ ପୋଲ, ଚତରା ପୋଲ, ତଥା ନରସିଂହପୁର ବଡମ୍ବା ଟାଉନର ଡ୍ରେନେଜ ସର୍ଭେ, ଭଟ୍ଟାରିକା ରାସ୍ତା ଉନ୍ନତୀକରଣ, ଏ. ଏନ ହାଇସ୍କୁଲ ଠାରୁ ଏକଡାଳ-ବାଣେଶ୍ୱର ନାଶୀ ରାସ୍ତା ଓ ଜମିଅଧିଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ନରସିଂହପୁର ତହସିଲଦାରଙ୍କ ଉପସ୍ଥିତିରେ ବିଭିନ୍ନ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

related posts

1 comment

Deepak Kumar majhi June 27, 2021 - 5:24 pm

👍

Reply

Leave a Comment