Home Breaking News / ତାଜା ଖବର ପ୍ରସିଦ୍ଧ ଶୈବ ପୈଠ ଘୋଗଡ଼ ଧାମ ରହିଛି ଜନ ଶୂନ୍ୟ: ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ପୂଜକ

ପ୍ରସିଦ୍ଧ ଶୈବ ପୈଠ ଘୋଗଡ଼ ଧାମ ରହିଛି ଜନ ଶୂନ୍ୟ: ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ପୂଜକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ପ୍ରସିଦ୍ଧ ଶୈବ ପୈଠ ଘୋଗଡ଼ ଧାମ ବିଷୟ ରେ !ଦିନ ଥିଲା ଏଠାରେ ଭକ୍ତ ଙ୍କ ସମାଗମ ରେ ଏହା ପରି ପୁର୍ଣ ରହୁଥିଲା !ଏଠା କାର ପ୍ରାକୃତିକ ପରିବେଶ ଓ ମନୋରୋମ ଦୃଶ୍ୟ ଏହି ଶୈବ ପୈଠ କୁ ସୋନ୍ଦର୍ଯ୍ୟ ରେ ପରପୁର୍ଣ ରଖୁଥିବା ବେଳେ ଏହା ଏକ ଦର୍ଶନୀୟ ସ୍ଥାନ ଭାବେ ପ୍ରସିଦ୍ଧ ଲାଭ କରିଥିଲା!ଏହା ସହ ନିଜର ପୌରାଣିକ କିମ୍ବଦନ୍ତୀ ଯୋଗୁଁ ଏହା ସ୍ଥାନୀୟ ଅଞ୍ଚଳ ରେ ଏକ ପ୍ରସିଦ୍ଧ ସ୍ଥାନ ଭାବେ ପରିଚିତ !କରୋନା ର ପ୍ରଭାବ ସାରା ରାଜ୍ୟ ରେ ଖେଳି ଥିବା ବେଳେ ଏହି ମଧ୍ୟ ଏଥିରୁ ବାଦ ପଡ଼ିନାହିଁ !ଭକ୍ତ ଙ୍କ ସମାଗମ କମି ଥିବା ବେଳେ ବର୍ତ୍ତମାନ ଏହା ଜନ ଶୂନ୍ୟ !ଏହା ସହ ଏଠାକାର ଟ୍ରଷ୍ଟି ଙ୍କ ଅବହେଳା ଯୋଗୁଁ ଏହା ଗତ 3 ମାସ ହେବ ଅନ୍ଧକାର ରେ ରହିଛି !ଏହା ବ୍ୟତୀତ ଏଠାକାର ପୂଜାର୍ଚନା କରୁଥିବା ପୂଜାରୀ ମାନ ଙ୍କ ଆର୍ଥିକ ଅବସ୍ଥା ସୋଚନୀୟ ହୋଇଥିବା ବେଳେ ନା ତାଙ୍କୁ ପ୍ରଶାସନ ଓ ଟ୍ରଷ୍ଟି ପକ୍ଷ ରୁ ମିଳୁଛି କୋଣସି ସାହାଯ୍ୟ !ଏପରିକି ଏଠାରେ ପାନୀୟ ଜଳ, ରାସ୍ତା ପାଈଁ ମଧ୍ୟ ନା ନା ଅସୁବିଧାର ସମୁଖୀନ ହେବାକୁ ପଡୁଛି !ବର୍ତ୍ତମାନ ସମସ୍ୟା ଘେରରେ ଏହି ଶୈବ ପୈଠ ରହିଥିବା ବେଳେ ଏହି ଶୈବ ପୈଠ ଟ୍ରଷ୍ଟି ମାନେ ନିରବ ଦ୍ରଷ୍ଟା ସାଜୁଛନ୍ତି !ରାଜଗାଙ୍ଗପୁର ସହର ଓ ଆଖ ପାଖ ସ୍ଥାନ ରୁ ଏହି ଶୈବ ପୈଠ ପାଈଁ ଶ୍ରଦ୍ଧାଳୁ ଓ ଲୋକମାନେ ଆର୍ଥିକ ସହାୟତା କରୁଥିଲେ ମଧ୍ୟ ଗତ ଏକ ବର୍ଷ ହେବ ଏହା ସମସ୍ୟା ଘେର ରେ ରହୁଥିବା ବେଳେ ତିନି ମାସ ହେବ ଏହି ପୀଠ ରହୁଛି ଅନ୍ଧକାର ରେ ! ନା କାହାର ଏଥି ପ୍ରତି ନଜର ପଡୁଛି ନା କୋଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି !ଏହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି !

related posts

1 comment

Deepak Kumar majhi June 27, 2021 - 11:11 am

👍

Reply

Leave a Comment