Home Breaking News / ତାଜା ଖବର ରାୟଗଡା ଜିଲ୍ଳା ପରିଷଦର ୭୩ତମ ବୈଠକ ମନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଲକ୍ଷ୍ୟ

ରାୟଗଡା ଜିଲ୍ଳା ପରିଷଦର ୭୩ତମ ବୈଠକ ମନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଲକ୍ଷ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଳା ପରିଷଦର ୭୩ତମ ବୈଠକ ଆଜି ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ସାହୁକାର,ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା,ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,ବିଧାୟକ ରାୟଗଡ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ସମସ୍ତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା ଓ ପଂଚାୟତ ସମିତି ଅଧ୍ୟକ୍ଷ ମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ପଂଚମ ରାଜ୍ୟ ଅର୍ଥ ଆୟୋଗ ଏବଂ ପଂଚଦଶ କେନ୍ଦ୍ରୀୟ ଆୟୋଗର ସୁପାରିଶ କ୍ରମେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଥିବା ପାଣ୍ଠି ଅନୁଦାନର ରାୟଗଡ ଜିଲ୍ଳା ପରିଷଦ ଅଂଶକୁ ଅନୁମୋଦନ କରାଯାଇଥିଲା । ସେହିପରି ଏସଏଫସି ଅନୁଦାନର ୧୩୨ଟି ଏବଂ ସିଏଫସି ଅନୁଦାନର ୧୦୮ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସ୍ଥିର କରାଯାଇଥିବା ବେଳେ ଏଥିରେ ରାସ୍ତାଘାଟ, ସ୍ୱାସ୍ଥ୍ୟ,ପାନୀୟଜଳ, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ, ସ୍କୁଲ ଗୃହ ମରାମତି ଓ ନିର୍ମାଣ, ଗ୍ରାମ୍ୟ ହାଟ ଓ ଦୋକାନ ଗୃହ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ରହିଛି । ସେହିପରି ବିଭିନ୍ନ ଗ୍ରାମ ପଂଚାୟତର ସଦର ଠାରେ ଏକ ଗ୍ରାମ୍ୟ ପାଠାଗାର ଓ ଗ୍ରାମ୍ୟ ଉଦ୍ୟାନ,ଖେଳ ପଡିଆ,ଏସଏଚଜି ୱାର୍କସେଡ୍ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥକୀକରଣ କେନ୍ଦ୍ର ନିର୍ମାଣ କରାଯିବା ଉପରେ ଏବଂ ପ୍ରାକୃତିକ ସଂପଦ ପରିଚାଳନାରେ କୃଷି ପ୍ରକଳ୍ପ,ବନୀକରଣ ଏବଂ ରାସ୍ତା ସଂଯୋଗୀକରଣ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଜିଲ୍ଳା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ୩୭୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ଜିଲ୍ଳାର ପାନୀୟ ଜଳ ସମସ୍ୟାକୁ ଦୂର କରିବାର ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ଆର୍ଥିକ ବର୍ଷ ନିମନ୍ତେ ମନରେଗା ଯୋଜନାରେ ବାର୍ଷିକ କାର୍ଯ୍ୟ ଖସଡାକୁ ଅନୁମୋଦନ କରାଯାଇଥିବା ବେଳେ ୧କୋଟି ୧୬ଲକ୍ଷ ୫୧ହଜାର ୫ଶହ ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥି ନିମନ୍ତେ ୫୪୮କୋଟି ୫ଲକ୍ଷ ୫୨ହଜାର ଟଙ୍କାର ବ୍ୟୟ ଅଟକଳ ଆକଳନକୁ ମଂଜୁର କରାଯାଇଛି । ଜିଲ୍ଳାରେ ଅଧିକରୁ ଅଧିକ ଶ୍ରମ ଭିତିକ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରି ଅଣକୁଶଳି ଶ୍ରମିକମାନଙ୍କୁ କାମ ଯୋଗାଇବା ଭଳି ପ୍ରକଳ୍ପ କରିବା ଉପରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲାକା ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ ନିମେନ୍ତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା ନିବେଦନ କରିଥିଲେ । ଜିଲ୍ଳାରେ ଟୀକାକରଣକୁ ଆହୁରି ତ୍ୱରାନ୍ନିତ କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ରାଓ ବୈଠକରେ ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଧ୍ୟ ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ମତାମତ ଓ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ସେହିପରି ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୁପରିଚାଳନା ନିମନ୍ତେ ନୂତନ ଭାବେ ଏକ ଗଭର୍ଣ୍ଣିଂ ବୋଡି ଗଠନ କରାଯାଇଥିଲା । ବୈଠକରେ ପିଡି-ଡିଆରଡିଏ ମହେଶ୍ୱର ନାଏକ ବିବରଣୀ ପଠନ କରିଥିବା ବେଳେ ଏପିଡି ଭୀମସେନ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

related posts

1 comment

Deepak Kumar majhi June 27, 2021 - 5:25 pm

👍

Reply

Leave a Comment