Home Breaking News / ତାଜା ଖବର ପଟିଆଲାରେ ନିରାଶ କଲେ ଦୂତୀ, ମଉଳିଲା ଟୋକିଓ ଆଶା

ପଟିଆଲାରେ ନିରାଶ କଲେ ଦୂତୀ, ମଉଳିଲା ଟୋକିଓ ଆଶା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୂତୀ ଚାନ୍ଦଙ୍କୁ ନେଇ ଓଡିଶା ଦେଖିଥିବା ଅଲିମ୍ପିକ ଆଶା ମଉଳିବାରେ ଲାଗିଛି । ପଟିଆଲାରେ ଚାଲିଥିବା ୬୦ ତମ ଜାତୀୟ ଆଥଲେଟିକ ମିଟରେ ଦୂତୀ ଆହତ ହେବା ସହ ତାଙ୍କର ଦୁର୍ବଳ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ମହିଳା ୧୦୦ ମିଟର ଦୌଡରେ ଦୂତୀ ଚତୁର୍ଥ ସ୍ଥାନରେ ରହି ଟୋକିଓ ଅଲିମ୍ପିକ ଛାଡନ୍ତୁ ମେଡାଲରୁ ବଂଚିତ ହୋଇଛନ୍ତି । ଦୂତୀଙ୍କୁ ପଛରେ ପକାଇ ଧନଲକ୍ଷ୍ମୀ ତୃତୀୟ ସ୍ଥାନ ଦଖଲ କରିଥିଲେ । ତେବେ ଆହତ କାରଣରୁ ଦୂତୀଙ୍କ ଏହି ପ୍ରଦର୍ଶନ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଛନ୍ତି । ଗତ ସପ୍ତାହରେ ଇଣ୍ଡିଆନ୍ ଗ୍ରାଁ ପିରେ ଦୂତୀ ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ପଟିଆଲାରେ ତାଙ୍କର ମାଂସପେଶୀ ଟାଣି ହୋଇଯିବାରୁ ସେ ୧୧.୬୨ ସେକେଣ୍ଡରେ ଦୌଡ ଶେଷ କରିଥିଲେ । ତେବେ ଟୋକିଓ ଟିକେଟ୍‌ର ଦୃଢ଼ ଦାବିଦାର ଦୂତି ଚାନ୍ଦ ଶନିବାର ସକାଳେ ୧୦.୭୬ ସ‌େକେଣ୍ଡ୍ ସମୟ ସହ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ ମଧ୍ୟ ରାତିରେ ୧୧.୬୨ ସେକେଣ୍ଡ୍ ସହ ଚତୁର୍ଥରେ ରହିଥିଲେ। ଫାଇନାଲ୍ ରେସ୍ ପୂର୍ବରୁ ଦୂତିଙ୍କ ମାଂସପେଶୀ ଟାଣି ‌ହୋଇଯାଇଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ‘ଶନିବାର ମୋ ପାଇଁ ଭଲ ନଥିଲା’ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟିନୀ ଦୂତି ପ୍ରକାଶ କରିଥିଲେ। ଗତ ସପ୍ତାହରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୧୧.୧୭ ସେକେଣ୍ଡ୍ ସମୟ ସହ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ଦୂତି ମାତ୍ର ୦.୦୨ ସେକେଣ୍ଡ୍ ପାଇଁ ଟୋକିଓ ଟିକେଟ (୧୧.୧୫ ସେକେଣ୍ଡ)ରୁ ବଞ୍ଚିତ ହୋଇଥିଲେ। ଏବେ ଦୂତିଙ୍କ ପାଇଁ ଟୋକିଓ ଯିବାର ଏକମାତ୍ର ବାଟ ହେଉଛି ବିଶ୍ବ ମାନ୍ୟତା। ସ୍ପ୍ରିଣ୍ଟ୍‌ରେ ୫୬ ଜଣ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଥିବା ବେଳେ ବିଶ୍ବ ମାନ୍ୟତାର ଦୂତି ୧୦୦ ମିଟରରେ‌ ୪୪ ଓ ୨୦୦ ମିଟର୍‌ରେ ୫୧ରେ ରହିଛନ୍ତି। ତା’ ପୁଣି କୋଭିଡ୍ ପରିସ୍ଥିତିରେ ଆୟୋଜକଙ୍କ ସୀମିତ ସଂଖ୍ୟା ଉପରେ ନିର୍ଭର କରୁଛି। ମୋଟ ଉପରେ ଦେଖିଲେ ଦୂତିଙ୍କ ଟୋକିଓ ଟିକେଟ୍ ଆଶା ମଉଳିଯାଉଛି। ବିଶ୍ବ ମାନ୍ୟତା ଭିତ୍ତିରେ ଯୋଗ୍ୟତା ଅର୍ଜନର ଶେଷ ତାରିଖ ଜୁନ୍ ୨୯ ରହିଛି।

related posts

1 comment

Deepak Kumar majhi June 27, 2021 - 11:12 am

👍

Reply

Leave a Comment