Home Breaking News / ତାଜା ଖବର ପାନୀୟ ଜଳର ଘୋର ସମସ୍ୟା

ପାନୀୟ ଜଳର ଘୋର ସମସ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ଜୀବନ ବଞ୍ଚିବାକୁ ହେଲେ ଜଳ ର ଆବଶ୍ୟକ ରହିଛି।ସରକାର ଗାଁ ଗାଁ ରେ ପାନୀୟ ଜଳର ସମସ୍ୟା ଦୂର କରିବାକୁ ଅନେକ ଯୋଜନା କରୁଥିବା ର ଦେଖିବାକୁ ମିଳୁଛି । ତେବେ ତାହା କେଉଁଠି
କାର୍ଯ୍ୟକାରୀ ହେଉଛି ତ କେଉଁଠି ଫେଲ ମାରୁଛି।ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଲାଲମୁଣ୍ଡା ଗ୍ରାମରେ।ଲୋକେ ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ବର୍ଷ ବର୍ଷ ଧରି ଡ଼ହଳ ବିକଳ ହେଉଛନ୍ତି।
ଏହି ଗ୍ରାମରେ ପ୍ରାୟ 80 ରୁ ଉର୍ଧ୍ଵ ପରିବାର ବସବାସ କରନ୍ତି।ଗାଁରେ ମୋଟ ଦୁଇଟି ନଳକୂପ ରହିଛି କିନ୍ତୁ ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା ପାନୀୟ ପାଇଁ ଅନୁପଯୋଗୀ ଅନ୍ୟ ନଳକୂପ ଟି ବିଦ୍ୟାଳୟ ପରିସର ମଧ୍ୟରେ ଅଛି।ସେହି ବିଦ୍ୟାଳୟର ନଳକୂପ ହିଁ ଗ୍ରାମବାସୀଙ୍କ ସାହା ଭରସା।ବେଳେବେଳେ ତାହା ମଧ୍ୟ ଅଚଳ ହୋଇଗଲେ କୁଅଁ କିମ୍ବା ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତିl ସେହି କୂଅ ର ପାଣିକୁ ବୟସ୍କ ଙ୍କ ଠାରୁ ଆରମ୍ଭ କରି କୁନି କୁନି ପିଲାମାନେ ମଧ୍ୟ ବ୍ୟବହାର କରି ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି।ବିଦ୍ୟାଳୟରେ ଥିବା ଗୋଟିଏ ନଳକୂପ ରେ ପାଣି ପାଇଁ ମହିଳା ମାନେ ପାହାନ୍ତିଆ ଠାରୁ ଲମ୍ବା ଲାଇନ ଲଗାଇ ଯଗି ବସିଥାନ୍ତି।ଅନେକ ମହିଳା ଦିନମଜୁରିଆ ଭାବେ କାମ କରନ୍ତି ତେବେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି କାମକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ଗ୍ରାମର ମହିଳାମାନେ ।ଲାଲମୁଣ୍ଡା ଗ୍ରାମରେ ଗୋଟିଏ ନଳକୂପ ଖନନ ପାଇଁ ନେତା ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ କୁ ଗୁହାରି କରି ଥକିଗଲେଣି ହେଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ସମସ୍ତେ ଖାଲି ପ୍ରତିଶ୍ରୁତି ଦେଇ ଭୁଲିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।2020 ମସିହାରେ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ପକ୍ଷରୁ ଏକ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇଥିଲା କିନ୍ତୁ ଆଜି ଯାଇଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ।ତୁରନ୍ତ ଲାଲମୁଣ୍ଡାରେ ପାନୀୟ ଜଳ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

related posts

1 comment

Deepak Kumar majhi June 27, 2021 - 5:25 pm

👍

Reply

Leave a Comment