Home Breaking News / ତାଜା ଖବର ବଜ୍ରପାତରେ ଗାଈ ଚରାଳି ଗୁରୁତର ଓ ୨୦ ଟି ଛେଳି,୧୯ ଗାଈ ମୃତ

ବଜ୍ରପାତରେ ଗାଈ ଚରାଳି ଗୁରୁତର ଓ ୨୦ ଟି ଛେଳି,୧୯ ଗାଈ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ଦୀପକ କୁମାର ମାଝୀ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପୁଟ ଗ୍ରାମପାୟତର ସିପାଇପୁଟ ଗ୍ରାମରେ ଆଜି ମଧ୍ୟାର୍ଣ୍ଣ ପ୍ରାୟ ୨ ଟା ସମୟରେ ବଜ୍ରାଘାତ ରେ ଜଣେ ଗାଈ ଚରାଳି ଗୁରୁତର ଆହତ ହୋଇଥିବା ବେଳେ ଉକ୍ତ ଗ୍ରାମର ୨୦ ଟି ଛେଳି ଓ ୧୯ ଟି ଗାଈ ନିକଟ ସେରୁବନ୍ଧ ପାହାଡ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ସିପାଇପୁଟ ଗ୍ରାମର ରାମଚନ୍ଦ୍ର ଗେମେଲ (୪୮) ,ଗୋପୀନାଥ ଖରା ଓ କତାନା ଖରା ମିଶି ପ୍ରତିଦିନ ଭଳି ଗ୍ରାମର ଗାଈ ଗୋରୁ ନେଇ ନିକଟ ସେରୁବନ୍ଧ ପାହାଡ କୁ ଚରେଇବାକୁ ନେଇଥିଲେ ଓ ଆଜି ୨ ଟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା ଏଥିରେ ତିନି ଜଣ ଯାକ ଗାଈ ଚରାଳି ଅଚେତ ଅବସ୍ଥାରେ ପଡିଯାଇଥିଲେ କିନ୍ତୁ କିଛି ସମୟ ପରେ ଗୋପୀନାଥ ଓ କତାନା ଙ୍କ ଚେତା ଫେରିଥିଲା ଏବଂ ଦୁହେଁ ଉଠି ଗ୍ରାମବାସୀ ଆସି ଜଣେଇଥିଲେ ଓ ଗ୍ରାମବାସୀ ପହଁଚି ଦେଖିଲା ବେଳକୁ ରାମଚନ୍ଦ୍ର ଗୁରୁତର ଅବସ୍ଥାରେ ପଡ଼ିଥିଲେ ଓ ତାଙ୍କୁ ବୋହି ବୋହି ଗାଁ କୁ ଆଣି ଗାଁ ରୁ ଏକ ଅଟୋ ସାହାଯ୍ୟ ରେ ପଟ୍ଟାଙ୍ଗି ଡାକ୍ତରଖାନାକୁ ଆଣିଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ଏବଂ ପାହାଡ ଉପରେ ୨୦ ଟି ଛେଳି ଓ ୧୯ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

related posts

1 comment

Deepak Kumar majhi June 27, 2021 - 5:21 pm

👍

Reply

Leave a Comment