Home Breaking News / ତାଜା ଖବର ନିଜ ଗ୍ରାମକୁ ପକା ରାସ୍ତା ନିର୍ମାଣ କରିବା ଦାବିରେ ରାସ୍ତାକୁ ଓଲ୍ହାଇ ପ୍ରତିବାଦ

ନିଜ ଗ୍ରାମକୁ ପକା ରାସ୍ତା ନିର୍ମାଣ କରିବା ଦାବିରେ ରାସ୍ତାକୁ ଓଲ୍ହାଇ ପ୍ରତିବାଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ବାଲିକୁଦା ବ୍ଲକ ଓଷକଣା ପଞ୍ଚାୟତର ଅଣିଅଙ୍କ ଗ୍ରାମର ଗ୍ରାମବାସୀ ନିଜ ଗ୍ରାମକୁ ପକା ରାସ୍ତା ନିର୍ମାଣ କରିବା ଦାବିରେ ରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିଛନ୍ତି। ଏହି ଗ୍ରାମରେ୮୦ ଘର ଥିବା ବେଳେ୫ପ୍ରାୟ୫୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି। ଗ୍ରାମରୁ ଓଷକଣା ବଜାର, ମେଡିକାଲ, ସ୍କୁଲ ଯିବା ପାଇଁ ଥିବା୫୯ ବର୍ଷ ତଳର ରାସ୍ତା ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଛି।ରାସ୍ତାଟି କଚା ରାସ୍ତା ହୋଇଥିବାରୁ ଆଗକୁ ଆସୁଥିବା ବର୍ଷା ଦିନରେ ଘରୁ ବାହାରିବା ସମ୍ଭବ ହୋଇନଥାଏ।ଗ୍ରାମରେ ଜଣେ ଗର୍ଭବତୀ ମହିଳା ହେଉ କିମ୍ବା ଜଣେ ରୋଗୀ ମେଡ଼ିକାଲ ଯିବା ପାଇଁ ଏହି କାଦୁଅ ରାସ୍ତାରେ ପ୍ରାୟ୫୦୦ ମିଟର ଚାଲିକରି ଯିବା ପରେ ମେଡ଼ିକାଲ ଯାଏ।ଫଳରେ ଅନେକ ସମୟରେ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥାଏ।ଛୋଟ ଛୁଆ ସ୍କୁଲକୁ ଯିବା ପାଇଁ ଏହି ରାସ୍ତା ମୁଖ୍ୟ ହୋଇଥିଲେ ମଧ୍ୟ ବର୍ଷା ଦିନରେ ସ୍କୁଲକୁ ଯିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ପୂର୍ବରୁ ବାହାରି୫ କିମି ବୁଲି ଯିବାକୁ ପଡିଥାଏ କାରଣ ପାଣି କାଦୁଅରେ ପଡି ଗଲେ ପଡିଯିବାର ଭୟ ସମେତ ସରୀସୃପ ଭୟ ମଧ୍ୟ ରହିଥାଏ।ତେଣୁ ଅଭିଭାବକ ମାନେ ପିଲାଙ୍କୁ କାଦୁଅରେ ନିଜ କାନ୍ଧରେ ବସାଇ ସ୍କୁଲ ଛାଡି ଆସନ୍ତି।ଚାଷ ଜମିକୁ ଯିବା ପାଇଁ ସୁବିଧା ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଧାନ ଅମଳ ସମୟ ହେଉ କିମ୍ବା ବିକ୍ରି ସମୟ ଗ୍ରାମ ମଧ୍ୟକୁ ଟ୍ରାକ୍ଟର ଆସିବାର ସୁବିଧା ନଥିବାରୁ ଲୋକେ ମଥାରେ ବୋହି କ୍ଷେତରୁ ଅମଳ କରିବା ସହ ବିକ୍ରି ମଧ୍ୟ କରନ୍ତି।ବର୍ଷା ଦିନରେ ବିବାହ ବ୍ରତ ଓ ସୁଧୀଘର କାର୍ଯ୍ୟ ସମ୍ପାଦନ କରିବା କାଠିଘର ପାଟ ହୋଇଥାଏ ଏହି ସମୟରେ ଚାରିଚକିଆ ଓ ଦୁଇ ଚକିଆ ଯାନ ତ ଦୂରର କଥା ଚାଲିକରି ଯିବା ମଧ୍ୟ ସମ୍ଭବ ହୋଇ ନଥାଏ।ଗ୍ରାମର ସର୍ବାଧିକ ଲୋକ ନିଜର ବ୍ୟକ୍ତିଗତ ସମ୍ପତି ରାସ୍ତା ନିର୍ମାଣ ପାଇଁ ଛାଡିଦେଇଥିବାବେଳେ କିଛି ଲୋକ ସରକାରୀ ଜମିକୁ ମଧ୍ୟ ଦଖଲ କରି ରଖିଛନ୍ତି ଯାହା ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛି।ଏନେଇ ଗ୍ରାମବାସୀ ପୂର୍ବରୁ ବାରମ୍ବାର ସରପଞ୍ଚ, ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାର ପ୍ରଭାବ କୌଣସି ଦେଖିବାକୁ ମିଳିନାହିଁ ବୋଲି ଗ୍ରାମବାସୀ ଉତ୍ତର ଦେବା ସହ କଣ ପାଇଁ ପ୍ରଶାସନ ଏଭଳି ଅଭହେଳା କରୁଛି ତାହା ପ୍ରଶ୍ନ କରିଛନ୍ତି।ଏହି ରାସ୍ତା ନିର୍ମାଣ ପାଇଁ ନା କୌଣସି ରାଜନେତା ନା ପ୍ରଶାସନ ମନବଳାଉଛନ୍ତିଯାହାକି ଗଭୀର ଭାବରେ ଆଘାତ ଦେଇଥିବା ପ୍ରକାଶ କରିଛନ୍ତି ଗ୍ରାମର ୱାର୍ଡ ସଭ୍ୟ ଶ୍ରବଣ ବିଶ୍ୱାଳ ଏବଂ ଯଦି ପ୍ରଶାସନ ଏହି ରାସ୍ତା ନିର୍ମାଣ ନକରେ ତେବେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି।ଏହି ପ୍ରତିବାଦ ସମୟରେ ଗ୍ରାମର କାଦମ୍ବିନୀ ସ୍ୱାଇଁ, ଲଳିତା ସ୍ବାଇଁ,ମାନସୀ ସ୍ବାଇଁ, ସବିତା ବିଶ୍ୱାଳ,ସୁଷମା ବିଶ୍ୱାଳ, ସଂଯୁକ୍ତା ସ୍ବାଇଁ, ରେଣୁବାଲା ସ୍ବାଇଁ, ପ୍ରମିଳା ମହାରଣା, ନିରୂପମା ବିଶ୍ୱାଳ ପ୍ରମୁଖ ମହିଳାଙ୍କ ସମେତ କାର୍ତିକ ବିଶ୍ୱାଳ, ଆଶିଷ ମହାନ୍ତି, ବିଚିତ୍ରା ନନ୍ଦ ବିଶ୍ୱାଳ, ବିଶ୍ୱଜିତ ପ୍ରଧାନ ସମୟ ବିଶ୍ୱାଳ, ପ୍ରଶାନ୍ତ କୁମାର ସ୍ୱାଇଁ,ଙ୍କ ସମେତ ପ୍ରାୟ୫୯ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିଥିଲେ।

related posts

1 comment

Deepak Kumar majhi June 26, 2021 - 4:18 pm

👍

Reply

Leave a Comment