Home Breaking News / ତାଜା ଖବର ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଏକ ସଡ଼କ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକ ଜଣଙ୍କ ହେଲେ ଆନନ୍ଦ ପ୍ରଧାନ। ଘରଜି ଉଦୟଗିରିର ଦୁଗୁରିପଡି ଅଞ୍ଚଳରୋ ଆନନ୍ଦ ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଏକ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ନବୀନ ର
ଜି.ଉଦୟଗିରି ବ୍ଳକ ପ୍ରତିନିଧିଥିଲେ।

ସେ ଗତ ୨୪ରେ ଖବର ସଂଗ୍ରହ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ଜି. ଉଦୟଗିରି ଓ ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲ।ହେଲେ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ମ୍ଧ୍ଯ ଅବସ୍ଥାରେ ଉନ୍ନତି ନ ଆସିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ରମ୍ଭା ନିକଟରେ ଗତକାଲି ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବାପରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଅକାଳ ବିୟୋଗରେ ନବୀନ ର ଜିଲ୍ଲା ପ୍ରତିନିଧ୍ଵ ତଥା ଆଇନଜିବି ସତ୍ୟନାରାୟଣ ବେହେରା ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଡିଗଲ, ପ୍ରଶାନ୍ତ ବେହେରା ,ଶିଶିରପଟନ।ୟ କ ପ୍ରମୁଖ ବହୁ ଗଣମାଧ୍ୟମ ପ୍ରତିନିଧି ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ର ପରିବାରବର୍ଗଙ୍କ ପ୍ରତିସମବେଦନା ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗଣମାଧ୍ୟମସଂଗଠନ ଗୁଡ଼ିକ ଦାବୀ କରିଛନ୍ତି।

related posts

1 comment

Deepak Kumar majhi June 26, 2021 - 3:58 pm

👍

Reply

Leave a Comment