Home Breaking News / ତାଜା ଖବର ନାଇକେନପାଲିରେ ଆଶାକର୍ମୀଙ୍କୁ ପଲସ ଅକ୍ସିମିଟର ବଣ୍ଟନ

ନାଇକେନପାଲିରେ ଆଶାକର୍ମୀଙ୍କୁ ପଲସ ଅକ୍ସିମିଟର ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନାଇକେନପାଲି ଗୋଷ୍ଠୀ ସ୍ଵସ୍ଥ୍ୟକେନ୍ଦ୍ର ଠାରେ ପଲ୍ସ ଅକ୍ସିମିଟର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ୭୭ ଜଣ ଆଶାକର୍ମୀଙ୍କୁ ପଲ୍ସ ଅକ୍ସିମିଟର ବଣ୍ଟନ ସହ ତାଙ୍କୁ ଏହାର ବ୍ୟବହାର ବିଷୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମହାମାରୀ କରୋନା ମୁକାବିଲାରେ ଏହା ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଏହି ପଲ୍ସ ଅକ୍ସିମିଟର ସବୁ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ବିଭାଗ ତଥା ସୋନପୁର ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀଙ୍କ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଅଶୋକ ମିଶ୍ର, ଆକାଉଣ୍ଟ ମେନେଜର ସୁଜିତ ସାହୁ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଅମିତ ପଧାନ, ରତନ ବିଶି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

related posts

1 comment

Deepak Kumar majhi June 26, 2021 - 4:04 pm

👍

Reply

Leave a Comment