Home Breaking News / ତାଜା ଖବର ଅବକାରୀ ଚଢ଼ାଉ ୧୩୦୦ ଲିଟର ପୋଚ ନଷ୍ଟ ଓ ୧୨୦ ଲିଟର ଦେଶି ମଦ ଜବତ

ଅବକାରୀ ଚଢ଼ାଉ ୧୩୦୦ ଲିଟର ପୋଚ ନଷ୍ଟ ଓ ୧୨୦ ଲିଟର ଦେଶି ମଦ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲାରେ ଦେଶୀ ମଦର ବନ୍ୟା ଚାଲିଥିବା ବେଳେ ଅବକାରୀ ବିଭାଗ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଅବାଧରେ ମଦବିକ୍ରିକୁ ରୋକିବାରେ ଏକ ପ୍ରକାର ବିଫଳ ହେଇଛି। ଏମିତି ବେଳେ ଏହି ଚଢ଼ାଉକୁ ସାଧାରଣରେ ଭୁରିୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହିଭଳି ଚଢ଼ାଉ ଜାରି ରହିଲେ ଚୋରା ମଦ ବିକ୍ରି ନିୟନ୍ତ୍ରଣରେ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଗତ କାଲି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଚାନ୍ଦିଲି ଥାନା ଅଧିନସ୍ଥ ତାଣ୍ଡିପୁର ଗ୍ରାମରେ ଅତର୍କିତ ଭାବେ ଅବକାରୀ ଓ ପୋଲିସ ର ମିଳିତ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ପ୍ରାୟ ତେରସହ ମହୁଲ ପୋଚ କୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛି ବିଭାଗ। ସେହିଭଳି ରନ୍ଧା ଯାଇଥିବା ଦେଶୀ ମଦ ୧୨୦ଲିଟର ଜବତ କରାଯାଇଛି। ଅତର୍କିତ ଚଢ଼ାଉ ଦେଖି ଭାଟି କରି ରାନ୍ଧୁଥିବା ଚୋର ବ୍ୟବସାୟୀ ମାନେ ଛତ୍ରଭାଙ୍ଗ ଦେଇ ଚମ୍ପଟ ମାରିଥିଲେ, ପୋଲିସ ହାତରେ ଧାରା ପଡିନଥିଲେ। ଜିଲ୍ଲାର ଅନେକ ଜାଗାରେ ଭାଟି କରି ଅନେକ ଅସାଧୁ ମଦ ବ୍ୟବସାୟ ଚଳାଇ ଆସୁଥିବା ଖବର ମାଲୁଥିବା ବେଳେ ଏହି ଚଢ଼ାଉକୁ ଦେଖି ମଦ ବେପେରିଙ୍କ ନିଦ ହଜିଯାଇଛି। ଏହାଦ୍ୱାର ସରକାରୀ ଅବକାରୀ ବିଭାଗଦ୍ୱାରା ଲାଇସେନ୍ସ ପ୍ରାପ୍ତ ଦେଶୀ ଭାଟି ର ମାଲିକ ମାନେ ସରକାରୀ ଅବକାରୀ ଖଜଣା ପୈଠ କରିବାରେ ଅସମର୍ଥ ହେଉଛନ୍ତି। ତାସହ ମୁନାଫା ଖୋର ବ୍ୟବସାୟୀ ମାନେ ମଦରେ ବିଷାକ୍ତ ପଦାର୍ଥ ମିଶାଇ ଦେଉଥୁବା ହେତୁ ବିଭିନ ରୋଗର ଶିକାର ହେଉଛନ୍ତି ଓ ସର୍ବ ସ୍ୱନ୍ତ ହୋଇ ପରିବାରକୁ ସଙ୍କଟ ଆଣି ଦେଉଛନ୍ତି। ଏହି ନିଶା ଦ୍ରବ୍ୟକୁ ସମ୍ପର୍ଣ୍ଣ1ବନ୍ଦ କରିବା ଓ ଲୋକ ମାନଙ୍କ ବଂଚିବାରେ ସହାୟକ ହେବାକୁ କୁହାଯାଇଛି।

related posts

1 comment

Deepak Kumar majhi June 26, 2021 - 4:39 am

👍

Reply

Leave a Comment