Home Breaking News / ତାଜା ଖବର ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ପିଟିସନ ଖାରଜ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ପିଟିସନ ଖାରଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁଶାନ୍ତ ସିଂ ମୃତ୍ୟୁ ମାମଲା ସଲମାନ ଖାନଙ୍କ ସମେତ ୮ ଜଣ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଆଶ୍ୱସ୍ତି ମିଳିଛି । ପାଟନର ଜିଲ୍ଲା ସେସନ କୋର୍ଟରେ ଆଡଭୋକେଟ୍ ସୁଧୀର କୁମାର ଓଝାଙ୍କ ଦ୍ୱାରା ଦାଏର ହୋଇଥିବା ମାମଲାକୁ ଖାରଜ କରିଦିଆଯାଇଛି । ଏହି ମାମଲାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ପଛରେ ସଲମାନ ଖାନଙ୍କ ସମେତ ୮ ଜଣଙ୍କ ଷଡଯନ୍ତ୍ର କରିବା ଅଭିଯୋଗ ରହିଥିଲା । ବଲିଉଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଏହି ମାମଲା ଦାଏର କରିଥିଲେ ଆଡଭୋକେଟ୍ ସୁଧୀର ଓଝା । ସୂଚନା ଅନୁସାରେ ପାଟନା ସେସନ କୋର୍ଟରେ ଦାଏର ପିଟିସନରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଁସାଲୀ, ସାଜିଦ ନାଦିୟାଦୱାଲା, କରନ ଜୋହର, ଏକତା କପୁର, ଆଦିତ୍ୟ ଚୋପ୍ରା ଏବଂ ସଲମାନ ଖାନ ପ୍ରମୁଖଙ୍କ ନାଁ ରହିଥିଲା । ସ୍ଥାନୀୟ ଓକିଲ ସୁଧୀର କୁମାରଙ୍କ ପିଟିସନକୁ ପାଟନା ସିଜେଏମ୍ ପ୍ରଥମେ ଖାରଜ କରିଦେଇଥିଲେ । ଆଡଭୋକେଟ ସୁଧୀର କୁମାର ଓଝା ଏହା ପରେ ଜିଲ୍ଲା ସେସନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାକୁ ଆଜି ଜିଲ୍ଲା ସେସନ କୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି ।

related posts

1 comment

Deepak Kumar majhi June 25, 2021 - 4:27 pm

👍

Reply

Leave a Comment