Home Breaking News / ତାଜା ଖବର ଆର୍ ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା

ଆର୍ ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର.(ପ୍ରଶାନ୍ତ ସାହୁ)ଗଜପତି ଜିଲ୍ଲାରୁ ବିହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ହୋଇଥିବା ବେଳେ ଆର୍ ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା।ଆର. ଉଦୟଗିରି ପୋଲିସ ଗଞ୍ଜେଇ ଚୋରାଚାଲାଣ ରକିବା ସହ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି।ଆର. ଉଦୟଗିରି ଆଇ ଆଇ ସି ରବିନ୍ଦ୍ର କୁମାର ପଣ୍ଡା ଏବଂଏସଆଇ ମୁକେଶ ଲାକ୍ରା ରାତ୍ରିରେ ପେଟ୍ରୋଲିଂ କରି ଫେରିବାବେଳେ ଆଜି ଭୋରରୁ ଏକ TATA 1109 TRUCK ଯାଞ୍ଚ କରିବା ସମୟରେ ଗାଡ଼ି ନଂBR 19 F 1250ରୁ ୧୦ ଗୋଟି ବସ୍ତାରେ ୩୩୨ କେଜି ୯ଶହ ଗ୍ରାମର ଗଞ୍ଜେଇ ତାରାବଙ୍ଗ ଠାରୁ ଖଜୁରୀପଡ଼ା ଯିବା ରାସ୍ତାରେ ଗାଡିଟିକୁ ସନ୍ଦେହ କରି ପୋଲିସ ଯାଞ୍ଚ କରିଥିଲେ। ଉକ୍ତ ଗାଡ଼ିର ପଛ ଡାଲାରୁ ମିଳିଲା ୧୦ଟି ଗଞ୍ଜେଇ ବସ୍ତା।ତେବେ ଏହି ଗଞ୍ଜେଇ କୁ ଡ୍ରାଇଭର ନିରଜୁଦ୍ଧିନ ଅନସାରୀ ଏବଂ କାଶୀନାଥ ସୀଙ୍ଗ ଉଭୟ ବିହାର ରାଜ୍ୟକୁ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୬୬ଲକ୍ଷ୍ୟ ୪ହଜାର ୫ଶହ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଆର. ଉଦୟଗିରି ଥାନାଧିକାରୀ. ଗଞ୍ଜେଇ ମଫିୟାଠାରୁ ଦୁଇଟି ମୋବାଇଲ୍ ଫୋନକୁ ଜବତ କରିବା ସହ ୭୮/୨୧ ମାମଲାରେ ରୁକୁ କରି ଆର. ଉଦୟଗିରି ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ୍ ଅଛନ୍ତି ଏବଂ କେବେ ଠାରୁ ଏହି ରକେଟ୍ ଗଜପତି ଜିଲ୍ଲାରେ ସକ୍ରିୟ ଅଛି ତାହାର ବିଭିନ୍ନ ଦିଗକୁ ତଦନ୍ତ କରିବା ବୋଲି ସୂଚନା ଦେଇଛନ୍ତି। ସେପଟେ ବାରମ୍ବାର ପୋଲିସ ଦ୍ଵାରା ଗଞ୍ଜେଇ ଚୋରାଚାଲାଣ ରୋକା ଯାଉଥିଲେ ମଧ୍ଯ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବନ୍ଦ ହେବାରେ ନାମ ନେଉନି।

related posts

1 comment

Deepak Kumar majhi June 25, 2021 - 4:27 pm

👍

Reply

Leave a Comment