Home Breaking News / ତାଜା ଖବର ବେରେଡାକିଆ ନୁତନ ପଞ୍ଚାୟତ କାର୍ଯ୍ୟାଳୟ ଶୁଭ ଉଦଘାଟନ

ବେରେଡାକିଆ ନୁତନ ପଞ୍ଚାୟତ କାର୍ଯ୍ୟାଳୟ ଶୁଭ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ରାଇକିଆ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବେରେଡାକିଆ ପଞ୍ଚାୟତର ନୁତନ କାର୍ଯ୍ୟାଳୟ ଆଜି ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ବେରେଡାକିଆ ପଞ୍ଚାୟତ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ,ସମିତି ସଭ୍ୟା ଗୀତାଞ୍ଜଳୀ ନାୟକ ନୁତନ କାର୍ଯ୍ୟାଳୟକୁ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟଳୟଟି ଚାଞ୍ଜେଡି ରୋଡ଼ ସାଇଡ଼ରେ ନିର୍ମାଣ କରାଯାଇଛି।ଏଠାରେ ସୂଚନା ଥାଉକି ପୁର୍ବରୁ ରାଇକିଆ ଏବଂ ବେରେଡାକିଆ ମିଶି ଗୋଟିଏ ପଞ୍ଚାୟତ ରହିଥିଲା।୨୦୧୭ ରେ ୧୧ ଗୋଟି ୱାଡକୁ ନେଇ ନୁତନ ବେରେଡାକିଆ ଗ୍ରାମ ପଞ୍ଚାୟତ ଭାବେ ବିଭକ୍ତ କରାଯାଇଥିଲା। ଏଥିରେ ପଞ୍ଚାୟତ ସରପଞ୍ଚ ଭାବେ ରଶ୍ମିତା କୁମାରୀ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ସମିତି ସଭ୍ୟା ଗୀତାଞ୍ଜଳି ନାୟକ ନିର୍ବାଚିତ ହୋଇଥିଲେ।ଏଥି ପୁର୍ବରୁ ରାଇକିଆ ପଞ୍ଚାୟତରେ ଥିବା ପାଠାଗାରରେ ଅସ୍ଥାୟୀ ବେରେଡାକିଆ କାର୍ଯ୍ୟଳୟ ଖୋଲାଯାଇ କାର୍ଯ୍ୟକ୍ରମ ଚାଲୁ ରହିଥିଛି। ଦୀର୍ଘ ୪ ବର୍ଷ ପରେ ନିଜସ୍ବ କାର୍ଯ୍ୟଳୟ ଗୃହ ଶୁଭରମ୍ଭ ହୋଇଥିବା ଯୋଗୁଁ ସରପଞ୍ଚ ସମତି ସଭ୍ୟା, ୱାଡ ମେମ୍ବରଙ୍କ ସହ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବେରେଡାକିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ବବିତା ନାୟକ,ନାଏବ ସରପଞ୍ଚ ବିଜୟ କିଶୋର ପ୍ରଧାନ,ସୁରଥ ନାୟକ, ଲକ୍ଷ୍ମଣ ପ୍ରଧାନ, ଅକ୍ଷୟ ପ୍ରଧାନ, ଅଞ୍ଜଳି ପ୍ରଧାନ, ରାଇକିଆ ସମତି ସଭ୍ୟା ମିନି ନାୟକ, ଟୁଟୁ ଦିଗାଳ ଙ୍କ ସହ ଅନ୍ୟ ମେମ୍ବର ସଦସ୍ୟ ଉପସ୍ଥିତ ଥିଲେ। ଏହି ନୁତନ ପଞ୍ଚାୟତରେ କଲ୍ୟାଣ ମଣ୍ଡପ,ମିଶନ ଶକ୍ତି ଗୃହ, ପାଠାଗାର ଗୃହର କାର୍ଯ୍ୟ ଜାରି ରହିଛି।

related posts

1 comment

Deepak Kumar majhi June 25, 2021 - 5:50 pm

👍

Reply

Leave a Comment