Home Breaking News / ତାଜା ଖବର ଫୋନ୍ କଲେ ପାଇଲଟ, ରିସିଭ୍ କଲେନି ରାହୁଲ-ପ୍ରିୟଙ୍କା

ଫୋନ୍ କଲେ ପାଇଲଟ, ରିସିଭ୍ କଲେନି ରାହୁଲ-ପ୍ରିୟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜସ୍ଥାନ କଂଗ୍ରେସ କନ୍ଦଳ ଥମି ନଥିବା ବେଳେ ଏବେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ରାଜସ୍ଥାନ କଂଗ୍ରେସରେ ଆଗକୁ ଗେହଲଟ-ପାଇଲଟ ବିବାଦ ଆଗକୁ ବଢାଇବ ବୋଲି ଅନୁମାନ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଥମୁନଥିବାରୁ, ପାଇଲଟ ଗେହଲଟଙ୍କ ନାଁରେ ଫେରାଦ ହେବାକୁ ଦିଲ୍ଲୀ ଆସିଥିଲେ । ପ୍ରାୟ ୫ ଦିନ ଦିଲ୍ଲୀରେ ଡେରା ପକାଇ ରହିଥିଲେ ସଚିନ ପାଇଲଟ । ହେଲେ ପାଇଲଟଙ୍କ ପ୍ରତି କଂଗ୍ରେସର ଶୀର୍ଷ ନେତୃତ୍ୱ ସେତେଟା ଧ୍ୟାନ ଦେଇନଥିବା ଜଣାପଡିଛି । ବର୍ତମାନ ସାମ୍ନାକୁ ସୂଚନା ଆସିଛି, ଦିଲ୍ଲୀ ଗସ୍ତ ସମୟରେ ପାଇଲଟ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ଫୋନ୍ କରିଥିଲେ । ହେଲେ ରାହୁଲ-ପ୍ରିୟଙ୍କା କେହି ତାଙ୍କର ଫୋନ୍ ରିସିଭ୍ କରିନଥିଲେ । ପ୍ରାୟ ୩୦ରୁ ଅଧିକ ଥର କଲ୍ କରିବା ପରେ ବି ସେମାନେ ଫୋନ୍ ରିସିଭ୍ କରିନଥିଲେ ବୋଲି ରାଜସ୍ଥାନର ଜଣେ ବିଜେପି ସାଂସଦ କହିଛନ୍ତି । ।
କିଛି ଦିନ ପୂର୍ବରୁ ୟୁପିର ବଡ଼ ନେତା ଜିତିନ ପ୍ରସାଦ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ସଚିନ ପାଇଲଟ କ୍ୟାମ୍ପ ପୁଣି ସକ୍ରିୟ ହୋଇଛନ୍ତି। ଚାପ ପକାଇବା ପାଇଁ ପାଇଲଟ ଦିଲ୍ଲୀରେ ପହଞ୍ଚିଥିଲେ। ହେଲେ ଶୀର୍ଷ ନେତାଙ୍କୁ ଭେଟି ପାରିନଥିଲେ।

related posts

1 comment

Deepak Kumar majhi June 25, 2021 - 4:26 pm

👍

Reply

Leave a Comment