Home Breaking News / ତାଜା ଖବର ମଙ୍ଗଳା ମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହା ବିଭ୍ରାଟ

ମଙ୍ଗଳା ମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହା ବିଭ୍ରାଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ପଦାରେ ପଡିଲା କାକଟପୁର ମନ୍ଦିର ପ୍ରଶାସନ ର ପାରିବା ପଣିଆ l ପବିତ୍ର ସ୍ନାହାନ ପୁର୍ଣିମା ରେ ମହାପ୍ରଭୁ ଙ୍କ ନୀତିରେ ବିଭ୍ରାନ୍ତି ଘଟିଛି l ଜଗନ୍ନାଥ ଙ୍କ ଏନ୍ତୁଳି ଶାଳ କୁହାଯାଉଥିବା କାକଟପୁର ମଙ୍ଗଳା ପୀଠରେ ଗତ କାଲି 108 ସୁବାସିତ ଗରାରେ ପ୍ରଭୁଙ୍କ ସ୍ନାହାନ ପରେ, ଅନ୍ୟ ନୀତି, କ୍ରାନ୍ତି ପାଇଁ ପ୍ରଶାସନ ତରଫରୁ କୌଣସି ଵେବସ୍ତା କରାଯାଇନଥିଲା ଫଳରେ ପ୍ରଭୁଙ୍କ ବେଶ ଯଥା, ମାଳା, ଦଳଭୂତ, ପଳାଭୂତ,ଘଣ୍ଟ, ବାଜା ନଥିବାରୁ ପ୍ରଭୁ ଅଣସର ଘରକୁ ଯାଇନଥିଲେ l ଏମିତି କି ପ୍ରାଚୀ ଅଵେବସ୍ଥା ହେତୁ ଥାଳିରେ ଚାପ ଖେଳିଥିଲେ ଜଗନ୍ନାଥ l ଯାହାର ପ୍ରତିବାଦ କରି ମଙ୍ଗଳା ମନ୍ଦିର ସେବାୟତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିଥିଲେ l

ଜଗତର ନାଥ ଜଗନ୍ନାଥ ଙ୍କ ମା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ହୋଇଥିବାରୁ ଏଠୁ ଆଜ୍ଞା ମାଳା ଗଲେ ପୁରୀରେ ରଥ ଗଡେ l ପ୍ରଶାସନର ଏପରି ମନୋଭାବ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି l ପରେ ତହସିଲଦାର ପହଂଚି ଆଲୋଚନା କରିବା ପରେ ପ୍ରଭୁ ଅଣସର ଘରକୁ ଯିବାଶହ ଆନ୍ଦୋଳନ ଅସ୍ଥାୟୀ ବନ୍ଦ କରାଯାଇଛି l ପ୍ରଶାସନର ଖାମ ଖିଆଲି ମନଭାବ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ନେଇ ସେବାୟତ ଅଭିଯୋଗ କରିଛନ୍ତି |ଚଳିତ ବର୍ଷ କୋଭିଡ କଟକଣାକୁ ନେଇ ସ୍ନାନ ପୁର୍ଣିମା ହେଉଥିବା ବେଳେ କିନ୍ତୁ କାକଟପୁର ମଙ୍ଗଳା ମନ୍ଦିରରେ ସେବାୟତ ଓ ପ୍ରଶାସନ ମଧ୍ୟରେ ଟଣା ଓଟରା ଯାହା ଏବେ ଉଗ୍ର ରୂପ ନେଇଛି |ପୁଣି ସେବାୟତ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି କି ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବଡ଼ ଧରଣର ଅର୍ଥ ହେର ଫେର କରାଯାଇଛି, ଏହାକୁ ନେଇ ତଦନ୍ତ କରାଯିବାକୁ ମଧ୍ୟ୍ୟ ସେବାୟତ ମାନେ ଦାବିକରିଛନ୍ତି |

related posts

1 comment

Deepak Kumar majhi June 25, 2021 - 5:05 am

👍

Reply

Leave a Comment