Home Breaking News / ତାଜା ଖବର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କରୋନା କାଳରେ ରକ୍ତର ଘୋର ଅଭାବ ଦେଖାଯାଉଥିବାବେଳେ ଭୟ କରି ରକ୍ତ ଦାତା ଆଉ ରକ୍ତ ଦାନ କରୁନାହାନ୍ତି ଫଳରେ ରକ୍ତ ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଥିବା ନଜର କୁ ଆସୁଛି।ତାକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ “ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ” ଯେଉଁ ବାର୍ତ୍ତା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରଦାନ କରିଥିଲେ ତାହାକୁ ଅନୁସରଣ କରିବା ସହିତ ସାମାଜିକ ଦାୟିତ୍ଵବୋଧକୁ ଦୃଷ୍ଟିରେ ରଖି ରକ୍ତ ଅଭାବ ଦୂରୀକରଣ ନିମନ୍ତେ ବୋରିଗୁମ୍ମା ବ୍ଲକ କଣାଗାଁ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ ସେହିପରି ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା, ରମାକାନ୍ତ ରାଉଳ ,ମୁନା ରଥ, ପ୍ରସାଦ ବିଡିକା ଏବଂ କଣାଗାଁ ବିଜେଡି ପର୍ଯ୍ୟବେକ୍ଷକ ନରେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି

related posts

1 comment

Deepak Kumar majhi June 25, 2021 - 5:52 pm

👍

Reply

Leave a Comment