Home Breaking News / ତାଜା ଖବର ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧିକୁ ବିରୋଧ କରି ଦାବୀ ପତ୍ର ପ୍ରଦାନ

ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧିକୁ ବିରୋଧ କରି ଦାବୀ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଶୁକ୍ରବାର ଦିନ ରାୟଗଡ଼ା ନଗର ଭାଜପା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେବିଦ୍ୟୁତ ବିଭ୍ରାଟ ନେଇ ବିଭିନ୍ନ ସମସ୍ୟାକୁ ନେଇ ଏଲକ୍ଟ୍ରିକାଲ ଏସ.ଡି.ଓ ଶ୍ରୀ ବଳରାମ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା । ବର୍ତ୍ତମାନ କୋଭିଡ଼-୧୯ କଟକଣା ଯୋଗୁ ଉଭୟ ବ୍ୟବସାୟୀ ଓ ସାଧାରଣ ଜନତା ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛନ୍ତି । ଏମିତି କଠିନ ପରିସ୍ଥିତିରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଅଧିକ ବିଦ୍ୟୁତ ବିଲ ପ୍ରଦାନ କରିବା, ଅଘଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଦର ବୃଦ୍ଧି କୁ ରାୟଗଡ଼ା ନଗର ଭାଜପା ସଭାପତି ବିରୋଧ କରିଛନ୍ତି । ଆଗାମୀ ଦିନରେ ସରକାର ଏହି ଦାବୀ ଗୁଡିକକୁ ଦୁଷ୍ଟିରେ ରଖି ଵିଚାର କରି ଜନ ସାଧାରଣ ଙ୍କୁ ଉଚିତ ନ୍ୟାୟ ନ ମିଳିଲେ ବିରୋଧର ସ୍ୱର ତୀବ୍ରତର କରାଯିବ ବୋଲି ଭାଜପା ତରଫରୁ ଚେତାବନୀ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦଶଙ୍କ ସମେତ ରାୟଗଡ଼ା ବିଧାନସଭା ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା, ନଗର ସାଧାରଣ ସମ୍ପାଦକ ଶ୍ରୀ ଅଜୟ କୁମାର ଚୁଲେଟ, ନଗର ଉପସଭାପତି ଶ୍ରୀମତୀ ମଞ୍ଜୁଳା ମିନିୟାକା, ସମ୍ପାଦକ ଶ୍ରୀ ଜଗଦୀଶ ସୁନାରୀ, କୋଷଧକ୍ଷ ଶ୍ରୀ ବିଦ୍ୟା ସାଗର ,ଶ୍ରୀ ସୁଶାନ୍ତ ମିଶ୍ର, ଶ୍ରୀମତୀ ଝରଣା ମହାନ୍ତି, ଯୁବମୋର୍ଚା ସଭାପତି ଶ୍ରୀ ରାଜେଶ କୁମାର ପାଣିଗ୍ରାହୀ, ଯୁବମୋର୍ଚା ସାଧାରଣ ସମ୍ପାଦକ ଶ୍ରୀ ଜୟରାମ ବର୍ମା,ଜିଲ୍ଲା ଏସି.ମୋର୍ଚ୍ଚା ସଭାପତି ଶ୍ରୀ ଟି. ନାଗାରାଜୁ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କୋଭିଡ କଟକଣା ମାନି ଉକ୍ତ କାର୍ଯ୍ୟ କ୍ରମଟିକୁ ଶାନ୍ତିପୁର୍ଣ ଭାବରେ ସମାପ୍ତ କରାଯାଇଥିଲା ।

related posts

1 comment

Deepak Kumar majhi June 25, 2021 - 5:48 pm

👍👍👍

Reply

Leave a Comment