Home Breaking News / ତାଜା ଖବର ଓଡିଶାରେ ପ୍ରଥମ ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ

ଓଡିଶାରେ ପ୍ରଥମ ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବର୍ତମାନ ଦେଶରେ ସବୁଠାରୁ ଡେଲଟା ପ୍ଲସ ଭାରିଆଂଟକୁ ନେଇ ଅଧିକ ଚିନ୍ତା ପ୍ରକାଶ ପାଇଛି । ଏପରି ସମୟରେ ଓଡିଶାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଆଂଟ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଦେଶରେ ୪୮ଟି ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଛି । ଏହି ୪୮ଟି ଡେଲଟା ପ୍ଲସ ଭାରିଆଂଟ ମଧ୍ୟରୁ ଆମ ଓଡିଶାରୁ ଗୋଟିଏ ରହିଥିବା ଜାରି ହୋଇଥିବା ସୂଚନାରେ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ମହାରାଷ୍ଟ୍ରରୁ ସବୁଠାରୁ ଅଧିକ ୨୦ଟି ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଛି । ସେହିପରି ତାମିଲନାଡୁରୁ ୯ଟି, ମଧ୍ୟପ୍ରଦେଶରୁ ୭ଟି, କେରଳରୁ ୩ଟି, ଗୁଜରାଟ ଓ ପଂଜାବରୁ ୨ଟି ଲେଖାଏଁ ଡେଲଟା ଭାରିଆଂଟ ଚିହ୍ନଟ ହୋଇଛି । ଓଡିଶା ସମେତ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଜାମ୍ମୁ ଏବଂ ରାଜସ୍ଥାନରୁ ଗୋଟିଏ ଲେଖାଏଁ ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଛି ।

ଓଡିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ଭାରିଆଂଟ ଦେବଗଡ ଜିଲ୍ଲାରୁ ବୋଲି ଜଣାପଡିଛି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଅନୁଧ୍ୟାନ କରାଯାଉଛି । କରୋନାର ତୃତୀୟ ଲହରର ଆଶଙ୍କା କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡେଲଟା ପ୍ଲସ ଭାରିଆଂଟ ହିଁ ତୃତୀୟ ଲହରର କାରଣ ହୋଇଫାରେ । ଯାହାକୁ ନେଇ ଡେଲଟା ପ୍ଲସ୍ ଭ୍ୟାରିଏଣ୍ଟ ପାଇଁ ଭୟ ବଢିଛି ।

related posts

1 comment

Deepak Kumar majhi June 25, 2021 - 5:51 pm

👍

Reply

Leave a Comment