Home Breaking News / ତାଜା ଖବର ବିଧାୟକ ଦେବୀ ମିଶ୍ରଙ୍କ ଅନୁରୋଧ ରକ୍ଷା କରି ମହିଳାଙ୍କୁ ନର୍ସିଙ୍ଗ ହୋମରୁ ହସ୍ପିଟାଲକୁ ସ୍ଥାନାନ୍ତରିତ

ବିଧାୟକ ଦେବୀ ମିଶ୍ରଙ୍କ ଅନୁରୋଧ ରକ୍ଷା କରି ମହିଳାଙ୍କୁ ନର୍ସିଙ୍ଗ ହୋମରୁ ହସ୍ପିଟାଲକୁ ସ୍ଥାନାନ୍ତରିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ବିନୋଦ ନନ୍ଦ ): ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଅନୁରୋଧ କ୍ରମେ,ମାଳତୀର ଜଣେ ଭଦ୍ର ମହିଳାଙ୍କୁ ଘରୋଇ ନର୍ସିଙ୍ଗ ହୋମରୁ,ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର Surgical Oncology ରେ ଚିକିତ୍ସାର ଜରୁରୀ ଆବଶ୍ୟକତା ଥିଲା। ମହିଳାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ବିଧାୟକ ଶ୍ରୀ ମିଶ୍ର |
ତଥ୍ୟ ଅନୁଯାୟୀ,ବଡମ୍ବାରେ ଆଜି ୨୨ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନରସିଂହପୁରରେ ୧୬ ମିଶି ସମୁଦାୟ ୩୮ କୋଭିଡ ପଜିଟିଭଚିହ୍ନଟ ହୋଇଛନ୍ତି।
ବଡମ୍ବାର ମହୁଲିଆ ହେଲଥ ସର୍ଭେଲାନ୍ସ ଓ କ୍ୟାମ୍ପରେ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ବାକି ଡମଣଗାଡ଼ିଆରୁ ୨ଜଣ, ବଡମ୍ବାଗଡ଼, ବୃନ୍ଦାବନପୁର, ରତାପାଟ, ମାଣିଆବନ୍ଧ, ଭଟ୍ଟାରିକା, ଗୋପୀନାଥପୁରରୁ ଚିହ୍ନଟ ହୋଇଛନ୍ତି।
ନରସିଂହପୁରରେ କେବଳ କମଳାଡିହ ଗାଁରୁ ୭ଜଣ ପଂଚାୟତର ଜଙ୍ଗଲପାଖ ଗାଁ କଇଁତରାରୁ ସାତ ଜଣ କୋଭିଡ ପଜିଟିଭ ହୋଇଛନ୍ତି। ବାକି ସିଆରିଆ, ତାଳସାହି-ରେଗେଡା, ପାଇକପଡାପାଟଣା, କମଳାଦେଇପୁର, ସରଧାପୁରରୁ ଚିହ୍ନଟ ହୋଇଛନ୍ତି।
ଡମଣଗାଡ଼ିଆର ଆଗୁଆ ଜଣେ ଯୁବନେତା କଟକର ଝୋଲାସାହିରେ ଏକ ନର୍ସିଂହୋମରେ ନିଜେ ନିଜେ ଶରୀର ଅସୁସ୍ଥ ଅନୁଭବ କରିବାରୁ ଭର୍ତ୍ତି ହୋଇ କୋଭିଡ ପଜିଟିଭ ଚିହ୍ନଟ ସହିତ ଅନ୍ୟ ଉପସର୍ଗ ଜଣାପଡିବାରୁ ମୁଁ ଖବର ପାଇବାପରେ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଟିକନିଖ ନଜର ରଖି, ଉନ୍ନତି ନିମନ୍ତେ ଚେଷ୍ଟା ଜାରି ରଖିଛନ୍ତି ବିଧାୟକ ଶ୍ରୀ ମିଶ୍ର |

related posts

1 comment

Deepak Kumar majhi June 25, 2021 - 4:52 pm

👍

Reply

Leave a Comment