Home Breaking News / ତାଜା ଖବର ପରୀକ୍ଷା ମୂଳକ ଭାବେ ଦେଓ ନଦୀବନ୍ଧରୁ କେନାଲ ଯୋଗେ ଜଳ ନିଷ୍କାସନ

ପରୀକ୍ଷା ମୂଳକ ଭାବେ ଦେଓ ନଦୀବନ୍ଧରୁ କେନାଲ ଯୋଗେ ଜଳ ନିଷ୍କାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଦେଓ ନଦୀବନ୍ଧ ଜଳସେଚନ ପ୍ରକଳ୍ପରୁ ପ୍ରଥମକରି ପରୀକ୍ଷା ମୂଳକଭାବେ କେନାଲରେ ପାଣି ଛଡାଯାଇଛି । ଏନେଇ ଦେଓ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବ ,ମୟୁରଭଂଜ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇବା ପରେ ,ଆଜି ଦିନ ୧୦.୩୦ ମିନିଟ ସମୟରେ ଦେଓ ନଦୀବନ୍ଧରୁ ମୟୁରଭଞ୍ଜ ଜିଲ୍ଲାପାଳ, ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ,କେନ୍ଦୁଝର ସାଂସଦ, କରଞ୍ଜିଆ ବିଧାୟିକା,କରଞ୍ଜିଆ ଉପଜିଲ୍ଲାପାଳ ସମେତ ବହୁ ଅଧିକାରୀ ଆଜି କେନାଲରେ ଫୁଲ ପକାଇ ନଡ଼ିଆବାଡେଇ ଶୁଭ ଉଦଘାଟନ କରିଥିଲେ। ପରୀକ୍ଷା ମୁଳକ ଭାବରେ ୩୦ କିଲୋମିଟର ପର୍ଯ୍ୟନ୍ତ ପାଣି ଛଡ଼ାଯାଇଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ମାଧ୍ୟମରେ ମୋନିଟରିଂ କରିବା କଥା କିନ୍ତୁ କୌଣସି କାରଣବଶତଃ ମୁଖ୍ୟମନ୍ତ୍ରୀ ଅଫିସ ମନା କରିବା ଦ୍ୱାରା ଜିଲ୍ଲା ଅଧିକାରୀ ମାନଙ୍କ ଦ୍ୱାରା କେନାଲରେ ପାଣି ଛଡା ଯାଇଛି । ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ନିର୍ମିତ କେନାଲରେ ଚାଷ ଜମିକୁ ଆଜି ପ୍ରଥମ କରି ପାଣି ଛାଡ଼ିଥିବାରୁ ଅଞ୍ଚଳଵାସୀଙ୍କ ଦୀର୍ଘ ୨୮ ବର୍ଷର ସପ୍ନ ସାକାର ହୋଇ ବାସ୍ତବ ରୂପ ନେଇଛି।ଏହି ଖବର ସ୍ଥାନୀୟଅଞ୍ଚଳରେ ପ୍ରଚାରିତ ହେବାପରେ ଅଞ୍ଚଳର ଚାଷୀମାନଙ୍କ ମନରେ ଏକ ପ୍ରକାର ଖୁସିର ଲହରି ଖେଳି ଯାଇଛି । ଦୀର୍ଘ ୨୮ ବର୍ଷର ଅପେକ୍ଷା ପରେ ଏବେ ପୂରଣ ହେଉଥିବାରୁ ବେଶ ଖୁସି ଅଛନ୍ତି ଅଞ୍ଚଳର ଚାଷୀ । ଆଜି ଦେଓ କେନାଲରେ ୩୦ କିଲମିଟର ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବେ ପାଣି ଛଡାଯାଇଥିବା ବେଳେ ଚଳିତ ଖରିପ ୠତୁରେ ୨୦୦୦ରୁ ୩୦୦୦ ହେକ୍ଟର ଚାଷ ଜମିରେ ପାଣିଛଡାଯିବ ବୋଲି ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଗ୍ରାମର ୯୯୦୦ ହେକ୍ଟର ଚାଷଜମିରେ ଜଳ ସେଚିତ ହେବବୋଲି ସୂଚନା ପ୍ରଦାନ କରାଯାଇଛି ।

related posts

1 comment

Deepak Kumar majhi June 25, 2021 - 5:52 pm

👍

Reply

Leave a Comment